ରାଉରକେଲା : ‘ ପ୍ଲେସ୍ ଅଫ୍ ସେଫ୍ଟି ର ଜଣେ ଅନ୍ତେବାସୀଙ୍କ ଆତ୍ମହତ୍ୟା ଉଦ୍ୟମ।। ଖାଦ୍ୟ ଗ୍ରହଣ କରୁ ନାହାନ୍ତି ଅନ୍ତେବାସୀ।

0 439

ରାଉରକେଲା: ୨୫/୬(ସତ୍ୟାନ୍ୟୁଜ) ରାଉରକେଲାରେ ଥିବା ରାଜ୍ୟର ଏକ ମାତ୍ର ‘ସୁରକ୍ଷିତ ଆଶ୍ରୟ କେନ୍ଦ୍ର ‘ ବା ‘ ପ୍ଲେସ୍ ଅଫ୍ ସେଫ୍ଟି ‘ ଏବେ ବିବାଦ ଘେରରେ ଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସୁରକ୍ଷିତ ଆଶ୍ରୟ କେନ୍ଦ୍ରର ଜଣେ ଅନ୍ତେବାସୀ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ୍ ରେ ଭର୍ତ୍ତି କରା ଯାଇଥିବା ବେଳେ ସେ ବିପଦମୁକ୍ତ ଥିବା ଜଣା ପଡିଛି। ଅନ୍ୟ ପକ୍ଷରେ କେନ୍ଦ୍ରର ସୁରକ୍ଷା ଏବଂ ଖାଦ୍ୟର ଗୁଣାତ୍ମକ ମାନକୁ ନେଇ ବିଭିନ୍ନ ସମୟରେ ବିବାଦ ଦେଖାଦେଇଛି। ସ୍ଵତନ୍ତ୍ର ଜେଲ୍ ଅଧିକ୍ଷକ ଏବଂ ସୁରକ୍ଷିତ ଆଶ୍ରୟ କେନ୍ଦ୍ର ଅଧିକ୍ଷକଙ୍କ ପରସ୍ପର ବିରୋଧୀ ଅଭିଯୋଗ ଯୋଗୁଁ ଏପରି ସମସ୍ୟା ଉପୁଜି ଥିବା ଜଣା ପଡିଛି। ଆଜି କେନ୍ଦ୍ରରେ ଥିବା ଅବ୍ୟବସ୍ଥା ପ୍ରତିବାଦରେ ଅନ୍ତେବାସୀ ମାନେ ସେମାନଙ୍କର ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି କିଛି ଆସବାବ ପତ୍ରରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ସୂଚନା ମିଳିବା ପରେ ଶିଶୁ ମଙ୍ଗଳ ସମିତି ସଦସ୍ୟ , ରଘୁନାଥପାଲି ଥାନା ପୋଲିସ୍ ଏବଂ ଅନ୍ୟ ଅଧିକାରୀ ମାନେ ସେଠାରେ ପହଞ୍ଚି ଅନ୍ତେବାସୀଙ୍କୁ ବୁଝା ସୁଝା କରୁଛନ୍ତି। ଏହି ସୁରକ୍ଷିତ ଆଶ୍ରୟ କେନ୍ଦ୍ରରେ ଗୁରୁତର ଅପରାଧ କରିଥିବା କମ୍ ବୟସର ପିଲାମାନେ ରହନ୍ତି। ସେଠାରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଯତ୍ନ ନିଆ ଯାଇଥାଏ।

Leave A Reply

Your email address will not be published.