ରାଉରକେଲା : ଶ୍ରାବଣ ମେଳା ପାଇଁ ଏଡିଏମ୍ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ।। ରାଜ୍ୟରେ ହଇଜା ବ୍ୟାପୁ ଥିବାରୁ ସତର୍କ ରହିବାକୁ ନିବେଦନ।

0 405

ରାଉରକେଲା :୨୩/୬(ସତ୍ୟାନ୍ୟୁଜ) ଆସନ୍ତା ମାସ ଆରମ୍ଭ ହେବ ବୋଲ୍ ବମ୍ ଶ୍ରାବଣ ମେଳା। ଏହି ମାସର ୪ଟି ସୋମବାରରେ ଶିବ ଭକ୍ତ ମନେ ଶୈବ୍ୟ ପୀଠରେ ଜଳ ଚଢାଇ ଥାଆନ୍ତି। ରାଉରକେଲା ବେଦବ୍ୟାସ ଶୈବ୍ୟ ପୀଠରେ ମଧ୍ୟ ଏହି ମାସ ରବିବାର ଏବଂ ସୋମବାରରେ ଶିବ ଭକ୍ତ ମାନଙ୍କ ପ୍ରବଳ ଭିଡ ହୋଇ ଥାଏ। ଭକ୍ତ ମାନେ ଶଙ୍ଖ ଏବଂ କୋଏଲ ନଦୀର ମିଳନ ସ୍ଥଳ ବ୍ରାହ୍ମଣୀ ନଦୀ ରୁ ଜଳ ନେଇ ଶିବଙ୍କ ମଥାରେ ଢାଳି ଥାଆନ୍ତି। ଏଠାରୁ ଜଳ ନେଇ ରବିବାର ରାତିରେ ଭକ୍ତ ମାନେ ପ୍ରସିଦ୍ଧ ଶୈବ୍ୟ ପୀଠ ଘୋଘର ଯାଇ ଜଳାଭିଷେକ କରି ଥାଆନ୍ତି। ଏଥି ଲାଗି ବେଦବ୍ୟାସ ମନ୍ଦିର ଟ୍ରଷ୍ଟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରାବଣ ମେଳାର ଆୟୋଜନ କରା ଯାଇଥାଏ। ବେଦବ୍ୟାସରେ ରବିବାର ଏବଂ ସୋମବାର ମେଳା ସହ ଦୋକାନ ବଜାର ଲାଗି ଥାଏ। ଚଳିତ ବର୍ଷ ଏହି ଶ୍ରାବଣ ମେଳାକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ଏଥି ପାଇଁ ଏକ ପ୍ରସ୍ତୁତି ବୈଠକ ବେଦବ୍ୟାସ ମନ୍ଦିର ଟ୍ରଷ୍ଟ ସେକ୍ରେଟାରୀ ତଥା ରାଉରକେଲା ଏଡିଏମ୍ ଆଶୁତୋଷ କୁଲକର୍ଣି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏବେ ରାଜ୍ୟରେ ହଇଜା ବ୍ୟାପିଥିବାରୁ ମେଳାରେ ସତର୍କତା ମୂଳକ ପଦକ୍ଷେପ ନିଆଯିବାକୁ ନିବେଦନ କରା ଯାଇଥିଲା।

Leave A Reply

Your email address will not be published.