ସୁନ୍ଦରଗଡ଼:୨୩/୬(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବାଙ୍କିବାହାଲ – ଭେଡାବାହାଲ କୋଲ୍ କରିଡର୍ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ରାତିରେ ଭଷ୍ମା ଥାନା ବ୍ରାହ୍ମଣୀପାଲି ନିକଟରେ ଟ୍ରଲର ବାଇକ ଧକ୍କା ହେବା ଫଳରେ ଏହି ଦୁଃଖଦ ଘଟଣା ଘଟିଛି। ଗୁରୁତର ଆହତ ଯୁବକ ବିକାଶ ନାଏକଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ପଠା ଯାଇଥିବା ଜଣାପଡିଛି।
ମୃତକ ଦୁଇ ଜଣ ଶୁଭମ୍ ବାରିକ ଏବଂ ତ୍ରିଲୋଚନ ସେଠ ବୋଲି ଜଣାପଡିଛି । ମୃତକ ଏବଂ ଆହତ ଯୁବକ ଭେଡାବାହାଲ ଅଞ୍ଚଳର । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ଏହି କୋଲ୍ କରିଡର୍ ରାସ୍ତାରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ପ୍ରତିକାର ଦାବିରେ ରାତିସାରା ଉତ୍ୟକ୍ତ ଲୋକଙ୍କ ଦ୍ବାରା ରାସ୍ତା ରୋକ କରା ଯାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ମଧ୍ୟ କରା ଯାଇଛି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଆଜି ସକାଳୁ ରାସ୍ତାରୋକ ହଟିଛି।