ରାଉରକେଲା : ରଥଯାତ୍ରା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି।। ଶାନ୍ତି ଶୃଙ୍ଖଳା ସହ ଘୋଷଯାତ୍ରା ସମ୍ପନ୍ନ ପାଇଁ ପୋଲିସ୍ ପ୍ରଶାସନର ସମନ୍ଵୟ ବୈଠକ।

0 299

ରାଉରକେଲା:୨୪/୬(ସତ୍ୟାନ୍ୟୁଜ) ଆସନ୍ତା ୨୭ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥି ଲାଗି ପୁରପଲ୍ଲୀ ଠାରୁ ନେଇ ସହର ପର୍ଯ୍ୟନ୍ତ ଚାଲିଛି ପ୍ରସ୍ତୁତି। ପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ପୁରୀ ଠାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଞ୍ଚି ଥିବା ବେଳେ ରାଉରକେଲା ସହରରେ ମଧ୍ୟ ରଥ ଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି। ସହରର ୩ ନମ୍ୱର୍ ସେକ୍ଟର ଜଗନ୍ନାଥ ମନ୍ଦିର , ହନୁମାନ ବାଟିକା, ଉଦିତ ନଗର , ପ୍ଲାଣ୍ଟ ସାଇଟ୍ ରୋଡ , ତାରିଣୀ ମନ୍ଦିର , ପାନପୋଷ , ଚ୍ଛେଣ୍ଡ ଆଦି ଅଞ୍ଚଳ ରେ ପ୍ରତିବର୍ଷ ରଥଯାତ୍ରା ମହା ସମାରୋହ ରେ ପାଳିତ ହୁଏ। ଏଥର ମଧ୍ୟ ମହା ସମାରୋହରେ ପାଳନ ଲାଗି ପ୍ରସ୍ତୁତି ଚାଲିଛି। ରଥ ନିର୍ମାଣ ସହ ମରାମତି , ସାଜସଜ୍ଜା କାମ ଶେଷ ପର୍ଯ୍ୟାୟରେ ପହଁଚିଛି।
ଅନ୍ୟ ପକ୍ଷରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ସମ୍ପନ୍ନ ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ସମ୍ପନ୍ନ ପାଇଁ ପୋଲିସ୍ , ପ୍ରଶାସନ , ବିଭିନ୍ନ ଜଗନ୍ନାଥ ମନ୍ଦିର ତଥା ରଥଯାତ୍ରା କମିଟି ର ସଦସ୍ୟ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଏକ ସମନ୍ଵୟ ବୈଠକ ରାଉରକେଲା ଏସପି ଅଫିସ୍ ରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ରାଉରକେଲା ଏଡିଏମ୍ ଆଶୁତୋଷ କୁଲକର୍ଣି , ଏସପି ନୀତେଶ ୱାଧୱାନି, ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ବିଶେଷ କରି ଏବେ ରାଜ୍ୟରେ
ଡାଇରିଆ ବ୍ୟାପି ଥିବାରୁ ରଥଯାତ୍ରା ରେ ବିଶେଷ ଭାବେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରା ଯାଇଛି।

Leave A Reply

Your email address will not be published.