ରାଉରକେଲା : ଷ୍ଟେଟ୍ ବ୍ୟାଙ୍କ ରେ ଅଗ୍ନିକାଣ୍ଡ।। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ।। ଷ୍ଟ୍ରଙ୍ଗ ରୁମ୍ କ୍ଷତି ଗ୍ରସ୍ତ ଆଶଙ୍କା।।
ରାଉରକେଲା:୨୨/୬(ସତ୍ୟାନ୍ୟୁଜ) ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ। ରବିବାର ରାତି ପ୍ରାୟ ୮ଟା ସମୟରେ ଲାଠିକଟା ମୁଖ୍ୟବଜାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ବ୍ୟାଙ୍କର ସମସ୍ତ କମ୍ପ୍ୟୁଟର, ଟେବୁଲ, ଚେୟାର, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇ ଯାଇନଥିବା ସୂଚନା ମିଳିଛି। ଖବର ପାଇ ଦୁଇଟି ଦମକଳଗାଡ଼ି ପହଞ୍ଚି ପ୍ରାୟ ଦୁଇଘଣ୍ଟା ପରେ ନିଆଁକୁ କାବୁ କରିବାରେ ସକ୍ଷମ ହୋଇଥିଲା। ବ୍ୟାଙ୍କର ଷ୍ଟ୍ରଙ୍ଗରୁମ୍ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ଆଜି ଷ୍ଟ୍ରଙ୍ଗରୁମ୍ ଖୋଲିବା ପରେ ଟଙ୍କା ଜଳିଛି କି ନାହିଁ ଜଣାପଡ଼ିବ ବୋଲି ବ୍ୟାଙ୍କ ମହାପ୍ରବନ୍ଧକ କହିଛନ୍ତି। ସଟ୍ ସର୍କିଟରୁ ବ୍ୟାଙ୍କରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ରବିବାର ବ୍ୟାଙ୍କ ଛୁଟି ଥିଲା। ରାତି ପ୍ରାୟ ୮ଟାରେ କିଛି ଲୋକ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ସେମାନେ ଏ ସଂକ୍ରାନ୍ତରେ ଲାଠିକଟା ଥାନା ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ଗାଡ଼ି ପହଞ୍ଚିବା ପୂର୍ବରୁ ନିଆଁ ବ୍ୟାଙ୍କର ପ୍ରଥମ ରୁମ୍ ଓ ସମ୍ମୁଖ ଭାଗକୁ ବ୍ୟାପି ଯାଇଥିଲା। ଆଜି ଅଗ୍ନିକାଣ୍ଡର ସଠିକ୍ କରଣ ଜଣା ପଡ଼ିବ।