ସୁନ୍ଦରଗଡ଼ : ଦୂଷିତ ପାଣି ଏବଂ ଆସ୍ଵସ୍ଥ୍ୟକର ଖାଦ୍ୟ ପରିବେଶଣ ଅଭିଯୋଗ।। ବିଜୟା ଟକିଜ୍ ନିକଟ ଛବି ହୋଟେଲ ସିଲ୍।

0 385

ସୁନ୍ଦରଗଡ଼: ୨୦/୬(ସତ୍ୟାନ୍ୟୁଜ) ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଡ଼ାଇରିଆ ବ୍ୟାପୁଥିବାରୁ ସମସ୍ତ ଜିଲ୍ଲାରେ ସତର୍କ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।ପରିଷ୍କାର ପରିଚ୍ଛନ୍ନତା , ବିଶୁଦ୍ଧ ପାନୀୟ ଜଳ ଉପରେ ଗୁରୁତ୍ବ ଦିଆ ଯାଉଥିବା ବେଳେ ବାସୀ ଖାଦ୍ୟ ହୋଟେଲ ମାନଙ୍କରେ ନରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ର ତଦାରଖ କରିବାକୁ ସୁନ୍ଦରଗଡ଼ରେ ପୌରପାଳିକା ଏବଂ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ ର ବ୍ୟବସ୍ଥା ସଂପର୍କରେ ଯାଞ୍ଚ କରାଯାଉଛି। ଏହି ଯାଞ୍ଚ ସମୟରେ ସୁନ୍ଦରଗଡ଼ ବିଜୟା ଟକିଜ୍ ପାଖରେ ଥିବା ଛବି ହୋଟେଲ କୁ ସିଲ୍ କରି ଦିଆ ଯାଇଛି। ଖାଦ୍ୟ ରାନ୍ଧିବା ଏବଂ ଗ୍ରାହକଙ୍କ ପିଇବା ପାଇଁ ବ୍ୟବହାର ହେଉଥ‌ିବା ପାଣିର ଗୁଣାତ୍ମକ ମାନ ଠିକ୍ ନଥିବାରୁ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ପୌର ପ୍ରଶାସନ ପକ୍ଷରୁ ହୋଟେଲ ସିଲ୍ କରାଯାଇଛି।

ସିଲ୍ କରିବା ସମଯରେ ସାର୍ବଜନିନ ଖାଦ୍ୟ ସୁରକ୍ଷା ଅଧୂକାରୀ ଶିବାଶିଷ ମହାରଣା, ପୌର ନିର୍ବାହୀ ଅଧୂକାରୀ । ବିକାଶ ମୁଣ୍ଡାରୀଙ୍କ ସମେତ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ପୌର କର୍ମଚାରୀ ଉପସ୍ଥିତ ଥିଲେ । ରାଜ୍ୟରେ ବ୍ୟାପୁଥ‌ିବା ହଇଜାକୁ ଦୃଷ୍ଟିରେ ରଖି ଗତ ଦୁଇଦିନ ହେଲା ଜିଲା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସୁନ୍ଦରଗଡ଼ ସ‌ହରର ବିଭିନ୍ନ ରାସ୍ତାକଡ ଦୋକାନ ସହ ବିଭିନ୍ନ ରେଷ୍ଟୁରାଣ୍ଟମାନଙ୍କରେ ଜନସାଧାରଣଙ୍କୁ ସୁସ୍ଥ ଏବଂ ସୁରକ୍ଷିତ ଖାଦ୍ୟ ପ୍ରଦାନ କରାଯାଉଛି କି ନାହିଁ ତାହା ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ସହରର ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟରେ ଦୂଷିତ, ଅସ୍ୱାସ୍ଥ୍ୟକର ରଙ୍ଗ ଦିଆ ଖାଦ୍ୟ ଗ୍ରାହକଙ୍କୁ ଦିଆଯାଉଥିବା ଜଣା ପଡିଥିଲା। ଅନେକ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଅସ୍ୱାସ୍ଥ୍ୟକର ଖାଦ୍ୟ ନଷ୍ଟ କରିବା ସହ ଖାଦ୍ୟର ମାନ ଓ ବ୍ୟବହାର ହେଉଥ‌ିବା ପାଣିର ମାନ ଯାଞ୍ଚ କରିବା ପାଇଁ ନମୁନା ସଂଗ୍ରହ କରାଯାଇଥିଲା । ସଂଗୃହିତ ୯ଟି ନମୁନା ମଧ୍ୟରୁ ଛବି ହୋଟେଲର ପାଣି ସଂକ୍ରମିତ ଥ‌ିବା ରିପୋର୍ଟ ଆସିବା ପରେହୋଟେଲକୁ ସିଲ କରିଦିଆଯାଇଛି । ଏହାସହ ହୋଟେଲ ମାଲିକଙ୍କୁ ଚେତାବନୀ ଦିଆଯାଇଛି । ଆଗକୁ ଯେପରି ସଂକ୍ରମିତ ପାଣି ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ପରିବେଷଣ କରାଯାଏ ନାହିଁ ସେଥିପ୍ରତି ଯତ୍ନବାନ ହେବାକୁ କୁହା ଯାଇଛି । ଆଜି ସିଲ୍ କରିବା ସମୟରେ ରୋଷେଇଶାଳ ମଧ୍ୟ ଧାର୍ଯ୍ୟ ମାନଦଣ୍ଡ ଅନୁସାରେ ନଥିବା ଲକ୍ଷ୍ୟ କଲା ପରେ ହୋଟେଲ ମାଲିକଙ୍କୁ ରୋଷେଇଶାଳ ସମେତ ହୋଟେଲ ପରିସରକୁ ସ୍ୱଚ୍ଛ ଏବଂ ସୁସ୍ଥ ବାତାବରଣ ଯୁକ୍ତ
ରଖିବା ପାଇଁ ତାଗିଦ କରାଯାଇଥିଲା । ଏ ସଂପର୍କରେ ଖାଦ୍ୟ ସୁରକ୍ଷା ଅଧିକାରୀ ପୂର୍ବରୁ ହୋଟେଲ ମାଲିକଙ୍କୁ ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନ ବଜାୟ ରଖିବା ପାଇଁ ତାଗିଦ କରାଯାଇଥିଲା ଏବଂ ରୋଷେଇ ଶାଳକୁ ମଧ୍ଯ ସ୍ୱଚ୍ଛ ରଖିବା ପାଇଁ ବହୁବାର କୁହାଯାଇଛି କିନ୍ତୁ ହୋଟେଲ ମାଲିକ ସ୍ୱଚ୍ଛତା ବଜାୟ ରଖିବାରେ ବିଫଳ ହୋଇଛନ୍ତି।

Leave A Reply

Your email address will not be published.