ସୁନ୍ଦରଗଡ଼ : ବାଙ୍କିବାହାଲ୍- ଟପରିଆ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଯୋଗୁଁ ଲୋକେ ଅତିଷ୍ଠ।। ସ୍ଵତନ୍ତ୍ର କୋଲ୍ କରିଡର୍ ନିର୍ମାଣ ଦାବି।

0 322

ସୁନ୍ଦରଗଡ଼ : ୨୦/୬(ସତ୍ୟାନ୍ୟୁଜ) ମରଣଯନ୍ତା ପାଲଟିଛି ବାଙ୍କିବାହାଲ – ଟପରିଆ ରାସ୍ତା। ଗାଡ଼ି ଚାଳକ ମାନଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ପ୍ରତିଦିନ କୋଇଲା ବୋଝେଇ ଭାରୀଯାନ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ଅବରୋଧ ହେଉଛି। କେତେବେଳେ ଜୀବନ ହାନି ଘଟୁଛି ତ ଆଉ କେତେବେଳେ ଘଣ୍ଟା ଘଣ୍ଟା ରାସ୍ତା ଜାମ୍ ରହୁଛି। ଆଜି ପୁଣି ଏହି ରାସ୍ତା ରେ କୋଇଲା ପରିବହନ କରୁଥିବା ଭାରୀଯାନ ଦୁର୍ଘଟଣା ଘଟିଛି । ରାସ୍ତାରେ ଯାଉଥିବା ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବାଙ୍କିବାହାଲ – ଟପରିଆ ରାସ୍ତା ରେ ଭାରିଯାନରେ କୋଇଲା ପରିବହନ ବନ୍ଦ କରାଯିବା ପାଇଁ ବାରମ୍ବାର ଦାବି ହେଉଛି। କୋଇଲା ପରିବହନ ପାଇଁ ସ୍ବତନ୍ତ୍ର କୋଲ୍ କରିଡ଼ର ର ନିର୍ମାଣ କରାଯାଉ । ନହେଲେ ଆଗାମୀ ଦିନ ରେ ଆହୁରି ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି

Leave A Reply

Your email address will not be published.