ହଠାତ ନଦୀରେ ବଢିଲା ପାଣି। ନଦୀ ମଝିରେ ଫସି ରହି ଯାଇଥିଲେ ଯୁବକ। ସୁନ୍ଦରଗଡ଼ ଇବ୍ ନଦୀ
ଟାପୁରେ ଫସି ଯାଇଥିବା ଯୁବକଙ୍କୁ ଉଦ୍ଧାର କରାଗଲା।
ସୁନ୍ଦରଗଡ଼: ୨୦/୬(ସତ୍ୟାନ୍ୟୁଜ) ହଠାତ ବଢ଼ିଲା ଇବ ନଦୀ ଜଳ ସ୍ତର । ନଦୀ ମଝିରେ ଫସିଗଲେ ଯୁବକ ।
ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ସଦର ଭଷ୍ମା ଥାନା କୁଡ଼ାବଗା ନିକଟ ଇବ ନଦୀ ମାଝୀ ଟାପୁ ରେ। ଫସି ଯାଇଥିବା ଯୁବକ ଜଣକ ଅତିଶ ପଣ୍ଡା ବୋଲି ସୂଚନା । ବ୍ୟାରେଜ ରେ ଜଗୁଆଳି କାମ କରେ । ରାତିରେ ସହଯୋଗୀଙ୍କ ସହିତ ବ୍ୟରେଜ କାମ ଜଗିବା ପାଇଁ ଯାଇ ନଦୀ ମଝିରେ ଥିବା ଟାପୁ ରେ ଶୋଇଥିଲେ । ହେଲେ ପ୍ରବଳ ବର୍ଷା ଯୋଗୁଁ ହଠାତ ଇବନଦୀ ରେ ଜଳସ୍ତର ବଢିଯାଇଥିଲା। ଆଉ ସେ ସେଠାରେ ଦୀର୍ଘ ସମୟ ଧରି ଫସି ରହିଯାଇଥିଲେ । ସେଠାରୁ ଉଦ୍ଧାର ପାଇଁ ପାଟି କରିବା ପରେ ଗାଁ ଲୋକ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ନଦୀରୁ ଉଦ୍ଧାର କରିଛନ୍ତି।