ରାଉରକେଲା : ବୃଦ୍ଧି ପାଉଛି ବ୍ରାହ୍ମଣୀ ଜଳସ୍ତର।। ବାଲିଘାଟ ବସ୍ତିରେ ପଶିଲା ପାଣି।। ମନ୍ଦିରାଡ଼ାମ୍ ର ୭ଟି ଗେଟ୍ ଖୋଲା ଗଲା।

0 555

ରାଉରକେଲା: ୨୦/୬(ସତ୍ୟାନ୍ୟୁଜ) ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ତଥା ଝାଡଖଣ୍ଡ ରେ ପ୍ରବଳ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ନଦୀ କୂଳ କଡ଼ରେ ଥିବା ଗ୍ରାମ ଏବଂ ବସ୍ତିରେ ବନ୍ୟା ଜଳ ପଶିବା ଆରମ୍ଭ ହେଲାଣି। ରାଉରକେଲା ବାଲିଘାଟ ଅଞ୍ଚଳରେ ଗତକାଲି ରାତିରୁ ବ୍ରାହ୍ମଣୀ ନଦୀ ଜଳ ପ୍ରବେଶ କରିଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଘରେ ବନ୍ୟା ଜଳ ପଶି ଯିବାରୁ ଲୋକମାନେ ନିକଟସ୍ଥ ସ୍କୁଲ ରେ ଆଶ୍ରୟ ନେଇଛନ୍ତି। ଅନ୍ୟ ପଟେ ଶଙ୍ଖ ଏବଂ କୋଏଲ ନଦୀରେ ଜଳ ସ୍ତର ବୃଦ୍ଧି ପାଉଥିବାରୁ ମନ୍ଦିରା ଡ଼ାମ୍ ର ୭ ଟି ଗେଟ୍ ଖୋଲି ଦିଆ ଯାଇଛି। ଫଳରେ ବ୍ରାହ୍ମଣୀ ନଦୀରେ ଜଳସ୍ତର ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି। ନଦୀ କୂଳରେ ରହୁଥିବା ଲୋକ ମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.