ରାଉରକେଲା : ନିଲ୍ ଜୋଜୋ ହତ୍ୟାକାଣ୍ଡର ପର୍ଦ୍ଦାଫସ୍।। ଜଣେ ମହିଳାଙ୍କ ସମେତ ୫ ଗିରଫ।। ରଜ ଦିନ ପଥରରେ ଛେଚି ନିଲ୍ ଙ୍କୁ ହତ୍ୟା କରା ଯାଇଥିଲା।
ରାଉରକେଲା:୧୯/୬(ସତ୍ୟାନ୍ୟୁଜ) ଜୁନ ୧୫ ତାରିଖରେ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଜିଆବାହାଲ୍ ଠାରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ। ହତ୍ୟା ଅଭିଯୋଗରେ ପୋଲିସ ଜଣେ ମହିଳା ଙ୍କ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଫୁଲମଣି ହାରୋ ନାମକ ଜଣେ ମହିଳାଙ୍କୁ କୌଣସି କାରଣରୁ ମୃତ ଯୁବକ ନିଲ୍ ଜୋଜୋ ହତ୍ୟା କରିବାକୁ ଧମକ ଦେଇଥିଲା।
ଫୁଲମଣି ମୃତକ ନିଲ ଜୋଜୋ ଙ୍କ ସ୍ତ୍ରୀ ର ବଡ଼ ଭଉଣୀ। ଫୁଲମଣି ଝାଡ଼ଖଣ୍ଡ ଗୋଏଲକେରା ଅଞ୍ଚଳର। ସେ ନିଲ୍ ର ସ୍ତ୍ରୀ ତୁରଲିନ୍ ଯୋଜୋ କୁ ଆଣି କଲୁଙ୍ଗା ର ଏକ କାରଖାନାରେ ରଖି କାମ ଦେଇଥିଲେ। ମଝି ମଝିରେ ତୁରଲିନ୍ ର ସ୍ବାମୀ ନିଲ୍ ଆସି ସ୍ତ୍ରୀ ଏବଂ ସ୍ତ୍ରୀର ବଡ଼ ଭଉଣୀ ଫୁଲମଣି ସହ ଝଗଡ଼ା କରୁଥିଲେ। ଏହି ଘଟଣାରେ ଆପୋଷ ମିଳା ମିଶା ପାଇଁ ଏକ ଆଲୋଚନା ଚାଲିଥିବା ବେଳେ ବିବାଦ ବଢ଼ି ଯାଇଥିଲା। ଫଳରେ ଉତ୍ୟକ୍ତ ହୋଇ ଫୁଲମଣି ଏବଂ ତାଙ୍କର ୪ ଜଣ ପଡୋଶୀ ନିଲ୍ ଜୋଜୋ ଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ। ପୋଲିସ୍ ତଦନ୍ତ କରି ଫୁଲମଣି ଙ୍କ ସହ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।