ରାଉରକେଲା:୧୯/୬(ସତ୍ୟାନ୍ୟୁଜ) ରାଉରକେଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଆଜି ସକାଳୁ ୧୯ ନମ୍ୱର୍ ସେକ୍ଟର ଝାଡଖଣ୍ଡ ମାର୍କେଟ ରୁ ବିପୁଳ ପରିମାଣର ଡୁପ୍ଲିକେଟ୍ ବିଦେଶୀ ମଦ ଜବତ କରିଛନ୍ତି ବିଭାଗୀୟ ଅଧିକାରୀ। ଡୁପ୍ଲିକେଟ୍ ମଦ ଚାଲାଣ ଅଭିଯୋଗରେ ୩ ଜଣ ଙ୍କୁ ଗିରଫ କରା ଯାଇଥିବା ବେଳେ ମଦ ଚାଲାଣ ରେ ବ୍ୟବହୃତ ହେଉଥିବା ଦୁଇଟି କାର କୁ ମଧ୍ୟ ଜବତ କରା ଯାଇଛି। ଏହି ନକଲି ମଦ ଝାଡ଼ଖଣ୍ଡ ରାଜ୍ୟରୁ ଆସିଥିଲା। ବିରମିତ୍ରପୁର ଚେକ୍ ଗେଟ ଦେଇ କାର ରେ ମଦ ଆସି ରାଉରକେଲା ସହର ର ବିଭିନ୍ନ ହୋଟେଲ ଏବଂ ଢାବା କୁ ସପ୍ଲାଇ ହେଉଥିଲା। ଏବେ ଅବକାରୀ ବିଭାଗ ପକ୍ଷରୁ ନକଲି ମଦ ବାବଦରେ ଲୋକଙ୍କୁ ସଚେତନ କରା ଯାଉଥିବା ବେଳେ ଡୁପ୍ଲିକେଟ୍ ମଦ ଧରପକଡ୍ କୁ ଜୋରଦାର କରାଯାଉଛି ବୋଲି ଅବକାରୀ ଅଧିକ୍ଷକ କହିଛନ୍ତି।
ତେବେ ଆଜିର ଚଢ଼ାଉରେ ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କା ମୂଲ୍ୟର ୨୪୦ ବୋତଲ ମଦ ଜବତ କରା ଯାଇଛି। ଗିରଫ ବ୍ୟକ୍ତି ମାନେ ହେଲେ ଭାଟି ରୋଡ , ବାସନ୍ତୀ କଲୋନୀ ଏବଂ ୭ ନମ୍ୱର୍ ସେକ୍ଟର ଅଞ୍ଚଳର।