ରାଉରକେଲା : ଡାଇରିଆ ସ୍ଥିତି ନେଇ ସରକାରୀ ସ୍ତରରେ ହାଇ ଆଲର୍ଟ।। ସମସ୍ତ ଜିଲ୍ଲାକୁ ସତର୍କତା ମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ।

0 397

ରାଉରକେଲା:୧୮/୬(ସତ୍ୟାନ୍ୟୁଜ) ରଜ୍ୟରେ ଡାଇରିଆ ବ୍ୟାପିଥିବା ବେଳେ ରାଉରକେଲା ପ୍ରଶାସନ କେତେ ସତର୍କ ରହିଛି! ଦେଢ଼ ବର୍ଷ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୨୦୨୩ ରେ ରାଉରକେଲାରେ ଡାଇରିଆ ରେ ୧୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୨୦୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରେ ଏଥିରେ କଲେରା ଜୀବାଣୁ ଥିବା ଜଣା ପଡିଥିଲା। ପାନୀୟ ଜଳ ସଂକ୍ରମଣ ଦ୍ୱାରା ଏହି ରୋଗ ବ୍ୟାପିଥିବା ଜଣା ପଡିଥିଲା। ଘଟଣାର ଗୁରୁତ୍ବ ଦୃଷ୍ଟିରୁ କେନ୍ଦ୍ରୀୟ ତଥା ରାଜ୍ୟ ସ୍ବାସ୍ଥ୍ୟ ଟିମ୍ ଆସି ରାଉରକେଲାରେ ସ୍ଥିତି ଆକଳନ କରିଥିଲେ। ସମସ୍ତ ପାନୀୟ ଜଳ ଉତ୍ସ କୁ ବିଶୋଧନ କରାଯିବା ସହ ଯୁଦ୍ଧ କାଳୀନ ଭିତ୍ତିରେ ଲିକ୍ ଥିବା ପାଇପ୍ ଗୁଡ଼ିକ ମରାମତି କରାଯାଇଥିଲା। ଫଳରେ ୨୫ ଦିନ ପରେ ସ୍ଥିତି ନିୟନ୍ତ୍ରଣ କୁ ଆସିଥିଲା। ସେତେ ବେଳେ ମିଡ଼ିଆ ଏହି ଡାଇରିଆ/ହଇଜା ସ୍ଥିତିକୁ ନେଇ ବେଶ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ସରକାରୀ କଳ ଆହୁରି ସକ୍ରିୟ ହୋଇ ଉଠିଥିଲେ।
ରାଜ୍ୟରେ ଏବେ ୯ ଟି ଜିଲ୍ଲାରେ ଡାଇରିଆ ବ୍ୟାପିଛି। ବିଶେଷ କରି ଯାଜପୁର ଜିଲ୍ଲାରେ ଡାଇରିଆ ର ପ୍ରକୋପ ବହୁ ଅଧିକ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ ଡାଇରିଆ ରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପରୀକ୍ଷାରୁ ଏହା ମଧ୍ୟରେ କଲେରା ଜୀବାଣୁ ଥିବା ସ୍ପଷ୍ଟ ହୋଇଯାଇଛି। ପ୍ରଥମରୁ ଯାଜପୁର ଘଟଣାରେ ରାଜ୍ୟ ସରକାର ଢିଲା ରହିଥିଲେ। ପରେ ଘଟଣାର ଗୁରୁତ୍ବ ଦୃଷ୍ଟିରୁ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍ ଆସିବାରୁ ୬ ଦିନ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଯାଜପୁର ଗସ୍ତରେ ଯାଇଥିଲେ। ମାତ୍ର ଏହା ମଧ୍ୟରେ ଡାଇରିଆ ପାର୍ଶ୍ଵବର୍ତ୍ତୀ ଜିଲ୍ଲାକୁ ବ୍ୟାପି ଯାଇଥିଲା। କଲେରା ବ୍ୟାପିବା ପରେ ସରକାର ଏବେ ଯୁଦ୍ଧକାଳୀନ ଭିତ୍ତି ରେ ନିୟନ୍ତ୍ରଣ ଏବଂ ନିରାକରଣ କାମ ଆରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କତା ମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏବେ ସହରାଞ୍ଚଳ ରେ ପାନୀୟ ଜଳ ବିତରଣ ଦାୟିତ୍ଵ ୱାଟେକୋ ହାତରେ। ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ୱାଟକୋ ସକ୍ଷମ କି ନାହିଁ ତାହା ଭିନ୍ନ କଥା। ମାତ୍ର ଏବେ ଡାଇରିଆ ବେଲଗାମ୍ ହୋଇ ଯାଇଥିବାରୁ ସରକାର
ୱାଟକୋ କୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ଯୋଗାଇ ଦେବା ଉଚିତ୍। ସଂକ୍ରମିତ ପାନୀୟ ଜଳ ଯୋଗୁଁ ଏହି ରୋଗ ବ୍ୟାପି ଥିବା ପ୍ରାୟ ନିଶ୍ଚିତ ହୋଇ ଯାଇଛି। ତେଣୁ କେବଳ ଆଖି ଦୃଶିଆ କିଛି ହୋଟେଲ , ଷ୍ଟ୍ରିଟ ଫୁଡ୍ ଭେଣ୍ଡର ଙ୍କ ଉପରେ ଚଢାଉ କରିଦେଲେ ହେବନାହିଁ। ପାନୀୟ ଜଳ ଆସୁଥିବା ଉତ୍ସ ଉପରେ ନଜର ରଖିବା ସଙ୍ଗେ ସଙ୍ଗେ ଲିକ୍ ଥିବା ପାଇପ୍ ଗୁଡ଼ିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.