ବଣାଇ : ୧୬/୬(ସତ୍ୟାନ୍ୟୁଜ) ପୋଷ୍ଟ ଅଫିସ୍ ରେ ଛୋଟ ଛୋଟ ଜମାକାରୀ ବିଭିନ୍ନ ଯୋଜନାରେ ଟଙ୍କା ଜମା ରଖି ଥାଆନ୍ତି। ଦରକାର ବେଳେ ଏହି ଟଙ୍କା କାମରେ ଲାଗି ଥାଏ। ମାତ୍ର ଏବେ ସୁନ୍ଦରଗଡ଼ ଜିଲ୍ଲା ମହୁଲଡିହା ପୋଷ୍ଟ ଅଫିସ୍ ରେ
ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହେରାଫେରୀ ହୋଇ ଥିବା ଜଣା ପଡିଛି। ଗରିବ ଲୋକ ମାନେ ସୁକନ୍ୟା ଯୋଜନାରେ ରଖିଥିଲେ ଟଙ୍କା। ମାତ୍ର ଏବେ ଜମା ସମୟ ପୁରି ଯିବା ପରେ ଆକାଉଣ୍ଟ ରେ ପୁରା ଟଙ୍କା ନଥିବା ଜାଣି ପାରିଥିଲେ କେତେକ ଜମାକାରୀ। ଅଭିଯୋଗ ହେବା ପରେ ପୋଷ୍ଟ ଅଫିସ୍ ର ଜଣେ କର୍ମଚାରୀ ନିଲମ୍ବିତ ହୋଇଥିବା ଜଣା ପଡିଛି। ଏବେ ଏ ବାବଦରେ ତଦନ୍ତ ଚାଲିଛି। ପୁରା ରିପୋର୍ଟ ନଆସିବା ପର୍ଯ୍ୟନ୍ତ କୌଣସି ସୂଚନା ଦେବା ସମ୍ଭବ ନୁହେଁ ବୋଲି ଡାକ ବିଭାଗ ଉଚ୍ଚ ଅଧିକାରୀ କହିଛନ୍ତି। ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଜମାକାରୀ ଙ୍କ ଟଙ୍କା ଫେରସ୍ତ କରିବାକୁ ଦାବି ହେଉଛି।