ରାଉରକେଲା : ବନ କର୍ମଚରୀଙ୍କ ଚରମ ଚେତାବନୀ।। ଆସନ୍ତା ୨୨ ତାରିଖରୁ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ।

0 375

ରାଉରକେଲା:୧୬/୬(ସତ୍ୟାନ୍ୟୁଜ) ଡ୍ୟୁଟି ରେ ରହିବେ , କିନ୍ତୁ କୌଣସି ଲାଇଫ୍ ରିସ୍କ ଥିବା ଭଳି ସରକାରୀ କାର୍ଯ୍ୟ କରିବେ ନାହିଁ। ଏପରି କହିଛନ୍ତି ରାଉରକେଲା ବନଖଣ୍ଡର କର୍ମଚାରୀ। କର୍ତ୍ତବ୍ୟ ସମ୍ପାଦନ ବେଳେ ଲୋକଙ୍କ ରୋଷ ର ଶିକାର ହୋଇ ବନ କର୍ମଚାରୀଙ୍କ ଜୀବନ ଯାଉଛି। କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ବନ୍ଧୁକ ନାହିଁ , ଲାଠି ଧରି ଡ୍ୟୁଟି କରିବା କୁ ପଡୁଛି। କିଛିଦିନ ପୂର୍ବରୁ ଢେଙ୍କାନାଳର ହିନ୍ଦୋଳ ଠାରେ ଶିକାରୀଙ୍କ ଆକ୍ରମଣରେ ଜଣେ ବନ ଅଧିକାରୀ ମୃତ୍ୟୁ ବରଣ କରିଥିଲେ। କେନ୍ଦୁଝରରେ ମଧ୍ୟ ବନ କର୍ମଚାରୀ ଙ୍କୁ ଆକ୍ରମଣ କରା ଯାଇଥିଲା। ରାଜ୍ୟରେ ଜଙ୍ଗଲରେ କାର୍ଯ୍ୟରତ ବନ କର୍ମଚାରୀଙ୍କ ଉପରେ ହେଉ ଥିବା ଆକ୍ରମଣ, ଫରେଷ୍ଟ କମିଶନ, ପୋଲିସ ବିଭଗ ପରି ସାଲାରୀ ପେକେଜ୍ ଇନ୍ସୁରାନ୍ସ, ଇତ୍ୟାଦି ଦାବି ନେଇ ବନ କର୍ମଚାରୀ ଆଜିଠାରୁ କଳା ବ୍ୟାଚ ପିନ୍ଧିଛନ୍ତି। ଦାବି ପୂରଣ ନହେଲେ ଆସନ୍ତା ୨୨ ତାରିଖରୁ ଆନ୍ଦୋଳନ କରାଯିବା ନେଇ ବନ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.