ରାଉରକେଲା : କେ ବଳଙ୍ଗ ଥାନା ଅଞ୍ଚଳରେ ଲୁଟ୍ ହୋଇଥିବା ବିସ୍ପୋରକ ଘଟଣାରେ ଜଣେ ଗିରଫ।। ମେ ୨୭ ରେ ଲୁଟ୍ ହୋଇଥିଲା ୨୦୦ ପେଟି ବିସ୍ପୋରକ
ରାଉରକେଲା: ୧୫/୬(ସତ୍ୟାନ୍ୟୁଜ) ମାଓବାଦୀ ମାନେ ଗତ ମେ ୨୭ ତାରିଖରେ କେ ବଳଙ୍ଗ ଥାନା ଅଞ୍ଚଳରୁ ଲୁଟି ନେଇ ଥିବା ବିସ୍ପୋରକ ସାମଗ୍ରୀ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ବାଙ୍କୋ ଖଣି ଅଞ୍ଚଳର ଜର୍ଜ ମୁଣ୍ଡା। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଇତମା ରେ ଥିବା ଗୋଦାମ ରୁ ବାଙ୍କୋ ପଥର ଖଣି କୁ ବିସ୍ପୋରକ ପରିବହନ ସମୟରେ ଲୁଟ୍ ହୋଇଥିଲା। ଏହି ଖଣିକୁ ପ୍ରଥମରୁ ଜର୍ଜ ମୁଣ୍ଡା ବିରୋଧ କରୁଥିଲା। ସେ ମାଓବାଦୀଙ୍କ ସହ ସମ୍ପର୍କ ରଖିଥିଲା। ଲୁଟ୍ ଘଟଣା ଦିନ ବିସ୍ପୋରକ ସାମଗ୍ରୀ ଭ୍ୟାନ ବାବଦରେ ସେ ମାଓବାଦୀଙ୍କୁ ସୂଚନା ଦେଇଥିଲା। ଫଳରେ ବିନା କୌଣସି ବାଧା ରେ ମାଓବାଦୀ ମାନେ ବିସ୍ପୋରକ ସାମଗ୍ରୀ ଲୁଟି ନେଇଥିଲେ। ପୋଲିସ୍ ସର୍ଚ୍ଚ ଅପରେସନ ରେ ଏପର୍ଯ୍ୟନ୍ତ ୪ ଟନ୍ ପାଖାପାଖି ବିସ୍ପୋରକ ଜବତ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଏବଂ ରାଉରକେଲା ଏସପି ନୀତେଶ
ୱାଧୱାନି ଏହି ସୂଚନା ଦେଇଛନ୍ତି।