ସୁନ୍ଦରଗଡ଼ : ସଦର ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତି।। ଘର ସଦସ୍ୟଙ୍କ ହାତ ଗୋଡ ବାନ୍ଧି ଲୁଟି ନେଲେ ସୁନା ଗହଣା ସହ ନଗଦ ଟଙ୍କା।
ସୁନ୍ଦରଗଡ଼ : ୧୫/୬(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ରେ ଗତକାଲି ରାତିରେ ବନ୍ଧୁକ ମୁନରେ ଏକ ସଶସ୍ତ୍ର ଡକାୟତି ହୋଇ ଯାଇଛି।
ସଦର ଥାନା କନ୍ଦାବାହାଲ ଗ୍ରାମର ପ୍ରଦୀପ ପଟେଲଙ୍କ ଘରେ ୬ ଜଣରୁ ଉର୍ଦ୍ଧ ଦୁର୍ବୃତ୍ତ ପଶି ଘରେ ଥିବା ସମସ୍ତ ସଦସ୍ୟଙ୍କୁ ମାରଣାସ୍ତ୍ର ଦେଖାଇ ବାନ୍ଧିବା ପରେ ନିସ୍ତୁକ ମାଡ ମାରିଥିଲେ । କିଛି ଡକାୟତ ମୁହଁରେ ମାସ୍କ ପିନ୍ଧି ଥିବା କୁହା ଯାଉଛି। ଘର ଲୋକ ମାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ଦୁଇଟି ଘରୁ ଫିଲ୍ମ ଷ୍ଟାଇଲ ରେ ୧୩ ଭରି ସୁନା ଗହଣା ସହିତ ନଗଦ ୭୦ ହଜାର ଟଙ୍କା ଦୁର୍ବୃତ୍ତ ମାନେ ଲୁଟି ନେଇ ଛନ୍ତି। ଶନିବାର ବିଳମ୍ବିତ ରାତିରେ ୬ ରୁ ଅଧିକ ଲୁଟେରା ମୁହଁରେ କଳା କପଡା ଗୋଡ଼ାଇ ଘରକୁ ପଶି ଥିଲେ। ପରେ ଘର ସଦସ୍ୟଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।
ସୂଚନା ପାଇ ଆଜି ସକାଳେ ଘଟଣା ସ୍ଥଳରେ ସୁନ୍ଦରଗଡ଼ ଅତିରିକ୍ତ ଏସପି ,ଏସଡିପିଓ , ସଦର ଥାନା ପୋଲିସ ଟିମ୍ , ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରି ଛନ୍ତି। ଡକାୟତ ମାନଙ୍କୁ ଧରିବାକୁ ସନ୍ଧାନୀ କୁକୁର ର ମଧ୍ୟ ସାହାଯ୍ୟ ନିଆଯାଉଛି।