ରାଉରକେଲା : ଦୁଇ କାର ମୁହାଁମୁହିଁ ଧକ୍କା। ଡାକ୍ତରଙ୍କ ସମେତ ଦୁଇ ଗୁରୁତର।। ରଂଗ ଲେନ୍ ଡ୍ରାଇଭିଂ ର ପରିଣତି।

0 672

ରାଉରକେଲା: ୧୨/୬(ସତ୍ୟାନ୍ୟୁଜ)
ରଙ୍ଗ ସାଇଡ୍ ଡ୍ରାଇଭିଂ ବା ରଙ୍ଗ ଲେନ୍ ଡ୍ରାଇଭିଂ ଅତି ବିପଜ୍ଜନକ ସ୍ଥିତି ଆଣି ପାରେ। ଏହା ଭୟଙ୍କର ଦୁର୍ଘଟଣାକୁ ଆମନ୍ତ୍ରଣ କରେ। ବୁଧବାର ରାତିରେ ରାଉରକେଲା ଏଆରପୋର୍ଟ ରୋଡ ରେ ରଙ୍ଗ୍
ସାଇଡ୍ ଡ୍ରାଇଭିଂ ଯୋଗୁଁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁଇଟି କାର ମୁହାଁ ମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡ଼ି ର ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଡାକ୍ତର ମଧ୍ୟ ଅଛନ୍ତି। ଉଭୟ ଆହତଙ୍କୁ ସ୍ଥାନୀୟ ଲୋକ ମାନେ ତୁରନ୍ତ ହସ୍ପିଟାଲ୍ ପଠାଇଥିଲେ। ପୋଲିସ୍ ଘଟଣାର ତଦନ୍ତ କରୁଛି।
ଏଆରପୋର୍ଟ ରୋଡ ରେ ରଂଗ
ସାଇଡ୍ ଡ୍ରାଇଭିଂ ଏକ ସାଧାରଣ ଘଟଣା ହୋଇ ଯାଇଛି। ଏହା ସହ ଏହି ରାସ୍ତାରେ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି। ବିଶେଷ କରି ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ର ୨ ନମ୍ୱର୍ ଗେଟ୍ ଠାରୁ ୩ ନମ୍ୱର୍ ଗେଟ୍ ମଧ୍ୟରେ ରଂଗ ଲେନ୍ ଡ୍ରାଇଭିଂ ଏକ ନିୟମିତ ଘଟଣା ହୋଇ ଯାଇଛି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ଲୋକ ମାନେ ସଚେତନ ହେବା ଆବଶ୍ୟକତା ରହିଛି।

Leave A Reply

Your email address will not be published.