ଅହମ୍ମଦାବାଦ : ଏଆର୍ ଇଣ୍ଡିଆ ଯାତ୍ରୀବାହୀ ବିମାନ କ୍ରାଶ୍।। ବିମାନ ଅହମ୍ମଦାବାଦ ରୁ ଲଣ୍ଡନ ଯାଉଥିଲା।। ବିମାନରେ ୨୪୨ ଯାତ୍ରୀ ଥିଲେ।
ଅହମ୍ମଦାବାଦ:୧୨/୬(ସତ୍ୟାନ୍ୟୁଜ) ଗୁଜରାଟର ଅହମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା। ଏୟାର ଇଣ୍ଡିଆର ଗୋଟିଏ ଯାତ୍ରୀବାହୀ ବିମାନ କ୍ରାଶ ହୋଇଯିବାରୁ ଏଥିରେ ନିଆଁ ଲାଗି ଲାଗି ଯାଇଛି। ଅହମଦାବାଦର ସର୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟ ମେଘାନି ନଗର ଅଞ୍ଚଳରେ ବିମାନଟି କ୍ରାଶ ହୋଇଥିବା ଜଣାପଡ଼ିଛି।
ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ଆଜି ଅପରାହ୍ନରେ ଅହମଦାବାଦରୁ ଲଣ୍ଡନ ଯାଉଥିଲା। ଏହାର ସର୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରରୁ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ନେଇ ଉଡ଼ାଣ ଭରିଥିଲା। କିନ୍ତୁ ଟେକ ଅଫର ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏହା କ୍ରାଶ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ ପୂରା ଅଞ୍ଚଳ ଧୂଆଁ ମୟ ହୋଇ ଯାଇଛି।
ବିମାନଟି ପୂରା ଛିନଛତ୍ର ହୋଇଯାଇଛି। ବିମାନଟି ଆବାସିକ ଅଞ୍ଚଳରେ ଖସି ପଡ଼ିବା କୁହାଯାଉଛି। ଏଥିଯୋଗୁ ସେଠାରେ ଥିବା କାର, ବାଇକ ଓ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ୧୦ରୁ ଅଧିକ ଅଗ୍ନିଶମ ଗାଡ଼ି, ଉଦ୍ଧାରକାରୀ ଟିମ, ପୁଲିସ୍ ଓ ୨୦ରୁ ଅଧିକ ଆମ୍ବୁଲାନ୍ସ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି।