ବଣାଇ : ଭାଇ ର ଲୁହା ରଡ଼ ମାଡ଼ରେ ଭଉଣୀ ମୃତ।। ଭାଇ ଭାଉଜଙ୍କ ଝଗଡ଼ା ଭାଙ୍ଗିଥିବା ବେଳେ ଅଭାବନୀୟ ଘଟଣା।

0 1,086

ବଣାଇ : ୯/୬(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ସାନ ଭାଇ ଏବଂ ତାଙ୍କ ସ୍ତ୍ରୀ ଝଗଡ଼ା ଲାଗୁଥିବା ବେଳେ ଭଉଣୀ ଛଡ଼ାଇବାକୁ ଯାଇ ଭାଇର ଆକ୍ରମଣରେ ମୃତ୍ୟୁ ବରଣ କରିଛି। ମହୁଲପଦା ଥାନା ଜିନକଳା ଗ୍ରାମରେ ସାନଭାଇ ବିଜୟ ମାହାନ୍ତ ଓ ତାର ସ୍ତ୍ରୀ ମଧ୍ୟରେ ଝଗଡା ହେଉଥିଲ। ଏହା ଦେଖିବା ପରେ ବଡ ବାପା ଝିଅ ଭଉଣୀ ହେମଗିରି ମାହାନ୍ତ ଝଗଡା ଭାଙ୍ଗିବାକୁ ଉଦ୍ୟମ କରି ଥିଲେ। କୌଣସି କାରଣ ଯୋଗୁ ଭାଇ ବିଜୟ ହଠାତ୍ ଉତ୍ୟକ୍ତ ହୋଇ ଏକ ଲୁହାରଡ଼ରେ ଭଉଣୀ ହେମା ମୁଣ୍ଡରେ ପ୍ରହାର କରିଥିଲେ। ଫଳରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ଭଉଣୀ । ଭାଇ ବିଜୟ ନିଜେ ଚିକିତ୍ସା ପାଇଁ ବଣାଇ ଡାକ୍ତରଖାନାକୁ ତାଙ୍କୁ ଆଣିଥିଲା ହେଲେ ଡାକ୍ତର ହେମଗିରିଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.