ରାଉରକେଲା : ୧୫ ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ ଫୁଟବଲ୍ ଚାମ୍ପିଅନସିପ ଉଦଯାପିତ।। ଭୁବନେଶ୍ୱର କୁ ହରାଇ ବରଗଡ଼ ଚାମ୍ପିଅନ।।
ରାଉରକେଲା : ୮/୬(ସତ୍ୟାନ୍ୟୁଜ) ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ଲୁକ୍କାୟିତ ଥିବା ଫୁଟବଲ୍ ପ୍ରତିଭାଙ୍କୁ ସାମ୍ନା କୁ ଆଣିବାକୁ ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଚମ୍ପିୟାନ ଟ୍ରଫି। ରାଜ୍ୟରେ ସମୁଦାୟ ୬୦୦ ଟି ଫୁଟବଲ୍ ମ୍ୟାଚ୍ ର ଆୟୋଜନ କରାଯାଇଥିବା ବେଳେ ୬ ହଜାର ପ୍ରତିଯୋଗୀ ଖେଳରେ ଭାଗ ନେଇଥିଲେ। ଆଜି ଏହି ୧୫ ବର୍ଷରୁ କମ୍ ଫୁଟବଲ୍ ଚମ୍ପିୟାନଶିପ ର ଥିଲା ଫାଇନାଲ ଖେଳ। ରାଉରକେଲା ବିର୍ସା ମୁଣ୍ଡା
ଆଥଲେଟିକ୍ ଷ୍ଟାଡିୟମ୍ ରେ ଥିବା ଏହି ଫାଇନାଲ ଖେଳ ବରଗଡ଼ ଏବଂ ଭୁବନେଶ୍ବର ମଧ୍ୟରେ ହୋଇଥିଲା। ବରଗଡ଼ ଟିମ୍ ଭୁବନେଶ୍ବର କୁ ହରାଇ ଚାମ୍ପିଅନଶିପ୍ ଟ୍ରଫି ହାସଲ କରିଥିଲେ। ରାଜ୍ୟ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।