ସୁନ୍ଦରଗଡ଼ : ରାଇଡିହା ଜଙ୍ଗଲରେ ଯୁବକଙ୍କୁ ହତ୍ୟା।। ଜୁଆ ଖେଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ।। ପୋଲିସ୍ ତଦନ୍ତ ଜାରି।
ସୁନ୍ଦରଗଡ଼ : ୮/୬(ସତ୍ୟାନ୍ୟୁଜ) ଜୁଆ ଖେଳକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ରାଇଡିହା ଜଙ୍ଗଲରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ
ହେମଗିରି ଥାନା ଅଞ୍ଚଳର ୪୩ ବର୍ଷୀୟ ରଙ୍କନିଧି ଓରାମ ଓରଫ୍ ଆନନ୍ଦ। ଶୁକ୍ରବାର ସନ୍ଧ୍ୟାରେ ଆନନ୍ଦ ଘରୁ ଯାଇ ଆଉ ଫେରି ନଥିଲେ। ଶନିବାର ସନ୍ଧ୍ୟାରେ ରାଇଡିହା ଜଙ୍ଗଲରେ ତାଙ୍କ ମୃତ ଦେହ ପଡ଼ିଥିବା ଲୋକେ ଦେଖି ପୋଲିସ୍ କୁ ଖବର ଦେଇଥିଲେ। ସୁନ୍ଦରଗଡ଼ ଡିଏସପି ନିର୍ମଳ ଚନ୍ଦ୍ର ମହାପାତ୍ର ପୋଲିସ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଆନନ୍ଦ ଙ୍କୁ ହତ୍ୟା କରା ଯାଇଥିବା ଜଣା ପଡିଛି । ଘଟଣା ସ୍ଥଳରେ ସ୍କୁଟି , ତାସ , ଦରି , ହେଲମେଟ୍ ଆଦି ପଡ଼ି ରହିଥିବା ପୋଲିସ ଦେଖିବାକୁ ପାଇଥିଲା। ସନ୍ଧନୀ କୁକୁର ଏବଂ ସାଇଣ୍ଟଫିକ୍ ଟିମ୍ ସାହାଯ୍ୟରେ ତଦନ୍ତ କରାଯାଉଛି। ଅଭିଯୁକ୍ତ ଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ର ଚଢ଼ାଉ ଜାରି ରହିଛି।