ରାଉରକେଲା : ୭/୬(ସତ୍ୟାନ୍ୟୁଜ) ଓଡ଼ିଶାର ଗଣ ପର୍ବ ରଜ। ଏହି ପର୍ବକୁ ମନାଇବା ପାଇଁ କୁମାରୀ ଝିଅ ମାନେ ବର୍ଷେ କାଳ ଅପେକ୍ଷା କରି ରହି ଥାଆନ୍ତି। ଏହି ତିନିଦିନଆ ମହୋତ୍ସବ ପୂର୍ବରୁ ସଜବାଜ ଥାଏ। ଝିଅ ମାନେ ସଜ ହୋଇ ଦୋଳି ଖେଳିବା ସହ ପୁଚି ଖେଳ , ତାସ୍ ଖେଳ ଆଦିରେ ମସଗୁଲ ରହନ୍ତି। ରଜରେ ଏହି ତିନି ଚାରି ଦିନ ଝିଅ ମାନଙ୍କୁ କୌଣସି କାମ କରିବାକୁ ଦିଆ ଯାଇ ନଥାଏ। ମାଟି ମା କୁ ଏହି ତିନି ଦିନ କୌଣସି ଆଘାତ ଦିଆ ଯାଇ ନଥାଏ। ଫଳରେ କୃଷି କାମ ଆଦି ବନ୍ଦ ଥାଏ। ପୁଅ ମାନେ ବାଗୁଡ଼ି ଆଦି ଖେଳି ଖୁସିବାସୀ ମାନାନ୍ତି। ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରା ଯାଇଥାଏ। ସହରରେ ମଧ୍ୟ ଆଜି କାଲି ରଜ ପର୍ବ ଧୁମ୍ ଧାମ୍ ରେ ମନା ଯାଉଛି। ରାଉରକେଲାରେ ଗରିମା ପରିବାର ପକ୍ଷରୁ ରଜ ପର୍ବ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ପୂଚି ଖେଳ ଠାରୁ ଆରମ୍ଭ କରି ପୋଡ଼ ପିଠା ପ୍ରତିଯୋଗିତା ମାନ ହୋଇଥାଏ। ରଜ ପର୍ବର ମୁଖ୍ୟ ଆକର୍ଷଣ ଥାଏ ରଜ ରାଜକୁମାରୀ ପ୍ରତିଯୋଗିତା। ଏହି ପ୍ରତିଯୋଗିତାର ଆଜି ଆରମ୍ଭ ହୋଇଛି ଅଡିସନ୍। ରାଉରକେଲା କ୍ଳବ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଯୋଗ ଦେଇଛନ୍ତି।