ରାଉରକେଲା : ବିସ୍ପୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କ ରିମାଣ୍ଡ ଅବିଧି ର ଆଜି ଶେଷ ଦିନ।।ଏସପି, ଜିଏସଟି , ଏସଆଇଟି ର ଶ୍ରବଣଙ୍କୁ ଜେରା।

0 401

ରାଉରକେଲା : ୬/୬(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କେ ବଳଙ୍ଗ ଥାନା ଅଞ୍ଚଳରୁ ମେ ୨୭ ତାରିଖରେ ମାଓବାଦୀ ମାନେ ଲୁଟି ନେଇଥିବା ୫ ଟନ୍ ବିସ୍ପୋରକ ସାମଗ୍ରୀ ମାମଲା ର ପୋଲିସ୍ ତଦନ୍ତ ଜାରି ରହିଛି। ଏହି ମାମଲାରେ ଗିରଫ ହୋଇ ଜେଲ୍ ରେ ଥିବା ବିସ୍ପୋରକ ସାମଗ୍ରୀ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଙ୍କୁ ପୋଲିସ୍ ଦୁଇ ଦିନିଆ ରିମାଣ୍ଡ ରେ ଆଣି ପଚରା ଉଚୁରା କରୁଛି। ଆଜି ଦୁଇ ଦିନିଆ ରିମାଣ୍ଡ ଅବିଧି ସରୁଛି। ରାଉରକେଲା ଏସପି ନୀତିଶ ୱାଧୱାନି , ଏସ ଆଇ ଟି ,
ଜିଏସଟି ଟିମ୍ ଆଜି ରଘୁନାଥପାଲି ଥାନାରେ ଶ୍ରବଣଙ୍କୁ ଜେରା କରିଥିଲେ। ତଦନ୍ତ ବେଳେ ବହୁ ନୂତନ ତଥ୍ୟ ସାମ୍ନାକୁ ଆସିଛି। ଶ୍ରାବଣଙ୍କ ସ୍ତ୍ରୀ ନିକିତାଙ୍କ ନାମରେ ନିକିତା ଏଣ୍ଟର ପ୍ରାଇଜେସ୍ ନାଁ ରେ ଏକ ବ୍ୟବସାୟିକ ଅନୁଷ୍ଠାନ ରହିଛି। ଏହି ସଂସ୍ଥାର ବିସ୍ପୋରକ ସାମଗ୍ରୀ ଗଚ୍ଛିତ ରଖିବା ଏବଂ ବିକ୍ରି କରିବା ଲାଇସେନ୍ସ ରହିଛି। ତାଙ୍କ ସ୍ଵାମୀ ଶ୍ରବଣଙ୍କ ନାମରେ ଥିବା ଗର୍ଗ ବ୍ଲାଷ୍ଟିଂ ଅର୍ଗାନାଇଜାସନ ନିକିତା ଙ୍କ ସଂସ୍ଥାରୁ ବିସ୍ପୋରକ କିଣି ବିଭିନ୍ନ ଖଣିରେ ବ୍ଲାଷ୍ଟିଂ କରିଥାନ୍ତି। ପଚରା ଉଚୁରା ପାଇଁ ଶ୍ରବଣ ସ୍ତ୍ରୀଙ୍କୁ ପୋଲିସ୍ ନୋଟିସ୍ କରିଥିଲେ ମଧ୍ୟ ଶରୀର ଅସୁସ୍ଥ ଥିବା ଦର୍ଶାଇ ସେ ଆସି ନାହାନ୍ତି। ଏବେ ଲୁଟ୍ ହୋଇଥିବା ୫ ଟନ୍ ବିସ୍ପୋରକ ସାମଗ୍ରୀ ରୁ ପୋଲିସ୍ ୪ ଟନ୍ ପାଖାପାଖି ଜବତ କରିଥିବା ବେଳେ ବାକି ବିସ୍ପୋରକ କୁ ଜବତ କରିବା ଲାଗି ସର୍ଚ୍ଚ ଅପରେସନ ଜାରି ରହିଛି।

Leave A Reply

Your email address will not be published.