ସୁନ୍ଦରଗଡ଼ : ସିଲ୍ କରା ଯାଇଛି ଗୋଦାମ।। ପୁଣି ପହଞ୍ଚିଲା ୧୫ ଟନ୍ ବିସ୍ପୋରକ।। ପୋଲିସ୍ ଯାଞ୍ଚ ଆରମ୍ଭ।

0 228

ସୁନ୍ଦରଗଡ଼ : ୩/୬(ସତ୍ୟାନ୍ୟୁଜ) ସିଲ୍ ହୋଇଛି ଗୋଦାମ । ଗୋଦାମ ମାଲିକ ଗିରଫ ହୋଇ ଜେଲ୍ ରେ। ଅନ୍ୟ ପଟେ ହାଇଦ୍ରାବାଦ ରୁ ଆସିଲା ପୁଣି ୧୫ ଟନ ବିସ୍ଫୋରକ ଏବଂ ୩ ଲକ୍ଷ ମିଟର ତାର। ସୁନ୍ଦରଗଡ଼ ବଡ଼ଗାଁ ଥାନା ଇତମା ଖଡ଼ିଆପଡ଼ା ନିକଟ ଵାରୁଦ ଗୋଦାମକୁ ଗତ ୨୮ ତାରିଖ ରୁ ସିଲ୍ କରାଯାଇଥିବା ବେଳେ ଆଜି ପୁଣି ଏଠାକୁ ହାଇଦ୍ରାବାଦ ରୁ ଆସି ପହଞ୍ଚିଛି ଆହୁରି ବିସ୍ଫୋରକ। ଏହି ଟ୍ରକ ରେ ୨୫ କେଜିଆ ୬ ଶହ ପ୍ୟାକେଟ ଅର୍ଥାତ୍ ୧୫ ଟନ ବିସ୍ଫୋରକ ଏବଂ ୧୯୮ ଟି ପ୍ୟାକେଟ ରେ ୩ ଲକ୍ଷ ମିଟର ତାର ରହିଛି । ଏଠାରେ ଟ୍ରକ ଟି ପହଞ୍ଚିଲା ପରେ ସବୁ ଗୋଦାମ ଗୃହ ସିଲ୍ ଥିବା ଏବଂ କେହି କର୍ମଚାରୀ ସେଠାରେ ନଥିବା ଦେଖିବାକୁ ପାଇଥିଲା ଟ୍ରକ ର ଚାଳକ । ଟ୍ରକ ଆସିବାର ସୂଚନା ପାଇ ବଡ଼ଗାଁ ଥାନା ପୁଲିସ ଆସି ସମସ୍ତ କାଗଜ ପତ୍ର ଯାଞ୍ଚ କରିଛି। ଗତ ୨୭ ତାରିଖରେ କେ ବଳଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ୫ ଟନ ବିସ୍ଫୋରକ ଲୁଟ କରି ନେଇଥିଲେ ମାଓବାଦୀ। ସେହି ବିସ୍ଫୋରକ ଏହି ଇତମା ଗୋଦାମ ରୁ ଯାଇଥିବା ଜଣା ପଡିଲା ପରେ ଗୋଦାମ କୁ ପୋଲିସ୍ ସିଲ୍ କରି ତଦନ୍ତ ଜାରି ରଖିଥିବା ବେଳେ ଦୁଇ ଦିନ ତଳେ ପୁଣି ରାଉରକେଲା ବାଲୁଘାଟ ଅଞ୍ଚଳରୁ ଆଉ ଦୁଇଟି ବିସ୍ପୋରକ ଭ୍ୟାନ୍ ଜବତ ହୋଇଛି। ଭ୍ୟାନ ଦୁଇଟିରେ ବିସ୍ଫୋରକ ଏବଂ ଡେଟୋନେଟର ଥିଲା। ବିସ୍ପୋରକ ପରିବହନ ବେଳେ ଏସ ଓ ପି ପାଳନ କରୁ ନଥିବା ଅଭିଯୋଗରେ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ରଘୁନାଥ ପାଲ୍ଲୀ ଥାନା ପୁଲିସ ଅଟକ ରଖି ପଚରା ଉଚୁରା କରିବା ପରେ ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଆଜି ଏତେ ମାତ୍ରାରେ ପୁଣି ବିସ୍ଫୋରକ ଆସିବା ଅନେକ ସନ୍ଦେହ ଉତ୍ପନ୍ନ ହେବା ସହ ବିସ୍ପୋରକ ଗୋଦାମ ବାବଦରେ ବିଭିନ୍ନ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.