ରାଉରକେଲା : ବେଆଇନ୍ ଭାବେ ଚାଲାଣ ହେଉଥିବା ବିସ୍ପୋରକ ସାମଗ୍ରୀ ବୋଝେଇ ଭ୍ୟାନ ଜବତ କଲା ପୋଲିସ।। ଗୋଦାମ ମାଲିକ ଏବଂ ଭ୍ୟାନ ଡ୍ରାଇଭର ଅଟକ।

0 302

ରାଉରକେଲା:୧/୫(ସତ୍ୟାନ୍ୟୁଜ) ବେଆଇନ୍ ଭାବେ ଚାଲାଣ ହେଉଥିବା ଦୁଇଟି ବିସ୍ପୋରକ ସାମଗ୍ରୀ ବୋଝେଇ ଭ୍ୟାନକୁ ଜବତ କରିଛି ରାଉରକେଲା ରଘୁନାଥପାଲି ଥାନା ପୋଲିସ୍। ଯାଞ୍ଚ ପରେ ଗୋଟିଏ ଭ୍ୟାନ ର ଦସ୍ତାବିଜ୍ ଠିକ୍ ଥିବାରୁ ଉକ୍ତ ଭ୍ୟାନ କୁ ଛାଡି ଦିଆ ଯାଇଥିବା ବେଳେ ଅନ୍ୟ ଗୋଟିଏ ଭ୍ୟାନ କୁ ପୋଲିସ୍ ଜବତ କରିଛି। ଏହି ଭ୍ୟାନ୍ ରେ ୧୧୬ ପେଟି
ଜିଲୋଟିନ୍ ଏବଂ ଡେଟୋନେଟର ରହିଛି। ଏହି ଭ୍ୟାନ ବଡ଼ଗାଁ ଥାନା ଅନ୍ତର୍ଗତ ଇତିମା ଜଙ୍ଗଲରେ ଥିବା ଏକ୍ସପ୍ଲୋଜିଭ ଗୋଦାମ ରୁ ଆସିଥିବା କୁହା ଯାଉଛି। ମଙ୍ଗଳବାର ଦିନ ଏହି ଗୋଦାମ ରୁ ବିସ୍ପୋରକ ସାମଗ୍ରୀ
କେ ବଳଙ୍ଗ ଥାନାର ବାଙ୍କୋ ମାଇନ୍ସ କୁ ଯାଉଥିବା ବେଳେ ଲୁଟ୍ ହୋଇଥିଲା। ଏହା ପରେ ପୋଲିସ ଉକ୍ତ ଗୋଦାମ କୁ ସିଲ୍ କରି ଦେଇଥିଲେ। ତେବେ ଗୋଦାମ ସିଲ୍ ଥିବା ବେଳେ ବିସ୍ପୋରକ ସାମଗ୍ରୀ ଆଜି କିପରି ଉକ୍ତ ଗୋଦାମରୁ ଭ୍ୟାନ ଯୋଗେ ପରିବହନ କରାଯାଉଥିଲା ତାର ତଦନ୍ତ ଚାଲିଛି। ବିସ୍ପୋରକ ସାମଗ୍ରୀ ବୋଝେଇ ଭ୍ୟାନ ର ଡ୍ରାଇଭର ଏବଂ ଗୋଦାମ ମାଲିକ ଶ୍ରାବଣ ଅଗ୍ରୱାଲ କୁ ପୋଲିସ୍ ଅଟକ ରଖି ଯାଞ୍ଚ କରୁଛି। ତେବେ ବିସ୍ପୋରକ ସାମଗ୍ରୀ ପରିବହନରେ ଏସ୍ ଓ ପି ପାଳନ କରା ଯାଇ ନଥିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି।

Leave A Reply

Your email address will not be published.