ରାଉରକେଲା : ବଡ଼ଗାଁ ଥାନାଇତମା ଜଙ୍ଗଲରେ ଥିବା ବିସ୍ପୋରକ ସାମଗ୍ରୀ ଗୋଦାମ ଯାଞ୍ଚ ପରେ ସିଲ୍।। ଏକ୍ସପ୍ଲୋଜିଭ୍ ପରିବହନ ବେଳେ ଏସ୍ ଓ ପି ପାଳନ ଉପରେ ଗୁରୁତ୍ବ।
ରାଉରକେଲା: ୧/୬(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କେ ବଳଙ୍ଗ ଥାନା ବଙ୍କୋ ନିକଟରୁ ମଙ୍ଗଳବାର ଦିନ ମାଓବାଦୀ ୪ ଟନ୍ ବିସ୍ପୋରକ ସାମଗ୍ରୀ ଲୁଟି ନେଇଥିଲେ। ଏହି ବିସ୍ପୋରକ ସାମଗ୍ରୀ ଏକ୍ସପ୍ଲୋଜିଭ୍ ଭ୍ୟାନ ରେ ବାଙ୍କୋରେ ଥିବା ଏକ ମାଇନ୍ସ କୁ ଯାଉଥିବା ବେଳେ ମାଓବାଦୀ ମାନେ ଲୁଟି ନେଇଥିଲେ। ଶୁକ୍ରବାର ଦିନ ଝାଡ଼ଖଣ୍ଡ ପୋଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ କିଛି ଲୁଟ୍ ବିସ୍ପୋରକ ସାମଗ୍ରୀ ଉଦ୍ଧାର କରାଯାଇଥିବା କୁହା ଯାଉଛି। ବିସ୍ପୋରକ ସାମଗ୍ରୀ ପରିବହନ ବେଳେ ଏସ୍ ଓ ପି ପାଳନ କରାଯାଉ ନଥିବା ଅଭିଯୋଗ ହେଉଛି। ବଡ଼ଗାଁ ଥାନାର ଯେଉଁ ଗୋଦାମ ରୁ ଏହି ବିସ୍ପୋରକ ଯାଇଥିଲା ପୋଲିସ୍ ତାକୁ ସିଲ୍ କରିଦେଇଛି। ଏହା ସହ ଷ୍ଟକ୍ ଯାଞ୍ଚ ମଧ୍ୟ କରାଯାଉଛି। ତେବେ ମିଳି ନଥିବା ବହୁ ପରିମାଣର ବିସ୍ଫୋରକ ଉଦ୍ଧାର କରିବା ଲାଗି ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ପୋଲିସ୍ ର ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଅପରେସନରେ ଓଡ଼ିଶା ପୋଲିସ , ଝାଡ଼ଖଣ୍ଡ ପୋଲିସ୍ , ସିଆରପିଏଫ୍, କୋବ୍ରା ବାଟାଲିୟନ ର ଯବାନ ମାନେ ନିୟୋଜିତ ହୋଇଛନ୍ତି। ତେବେ ବିସ୍ପୋରକ ସାମଗ୍ରୀ ପରିବହନ ବେଳେ ବିଭିନ୍ନ ନୀତି ନିୟମକୁ ପାଳନ କରା ଯାଉ ନଥିବା ଅଭିଯୋଗ ହେଉଛି। ବଣାଇ ର ତଳିତା ନିକଟରେ ମଧ୍ୟ ଏକ ବିସ୍ପୋରକ ସାମଗ୍ରୀ ଗୋଦାମ ଥିବା ଜଣା ପଡିଛି।