ସୁନ୍ଦରଗଡ଼ : ୧୯ ଘଣ୍ଟା ଅଟକ ପରେ ବିଧାୟକ ଏବଂ ଗ୍ରାମବାସୀଙ୍କୁ ଛାଡ଼ିଲା ପୋଲିସ୍।। ଆସନ୍ତା ଜୁନ ୬ ରେ ପ୍ରଶାସନ ସହ ବୈଠକ ।

0 302

ସୁନ୍ଦରଗଡ଼:୩୧/୫(ସତ୍ୟାନ୍ୟୁଜ)
୧୯ ଘଣ୍ଟା ଅଟକ ରଖିବା ପରେ ବିଧାୟକ ଯୋଗେଶ ସିଂ ଏବଂ ଗ୍ରାମବାସୀ ଙ୍କୁ ଛାଡ଼ିଲା ପୁଲିସ । ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଅତିରିକ୍ତ ଏସ ପି ଏବଂ ଏସ ଡି ପି ଓ ଅଟକ ବିଧାୟକ ଓ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଅଟକଙ୍କୁ ପୋଲିସ୍ ଛାଡ଼ିଛି । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୬ ତାରିଖରେ ଜିଲ୍ଲା ପ୍ରଶାସନ, ପୁଲିସ, ଗ୍ରାମବାସୀ ଏବଂ ବିଧାୟକଙ୍କ ମଧ୍ୟରେ ଆଲୋଚନା ହେବ । ସେ ପର୍ଯ୍ୟନ୍ତ ବରପାଲି ରେଲୱେ ସାଇଡିଂ ରେ କୋଇଲା ପରିବହନ ବନ୍ଦ ରହିବ। ଗତକାଲି ରେଲୱେ ସାଇଡିଂ କୁ ବେଆଇନ୍ ଦର୍ଶାଇ ବିଧାୟକଙ୍କ ସମେତ ଗ୍ରାମବାସୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧାରଣାସ୍ଥଳ ରୁ ବିଧାୟକଙ୍କ ସମେତ ୬୪ ଜଣ ଗ୍ରାମବାସୀଙ୍କୁ ଉଠାଇ ଆଣି ପୋଲିସ୍ ଅଟକ ରଖିଥିଲା । ଜିଲ୍ଲାର ହେମଗିରି ବରପାଲି ରେଳ ସାଇଡିଂ କୋଇଲା ପରିବହନ କୁ ବିରୋଧ କରି ଦୀର୍ଘ ଚାରି ମାସ ଧାରଣା ରେ ବସିଥିଲେ ବିଧାୟକ ଏବଂ ସ୍ଥାନୀୟ ଗ୍ରାମବାସୀ ।

Leave A Reply

Your email address will not be published.