ସୁନ୍ଦରଗଡ଼ : ବରପାଲି ରେଲୱେ ସାଇଡିଂ କୁ ବିରୋଧ।। ଗତକାଲି ଠାରୁ ବିଧାୟକଙ୍କ ସହ ୬୫ ଗ୍ରାମବାସୀ ଅଟକ।

0 195

ସୁନ୍ଦରଗଡ଼ :୩୧/୫(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ବରପାଲି ରେଲୱେ ସାଇଡିଂ ରେ କୋଇଲା ଲୋଡ଼ିଂ କୁ ନେଇ ଗତକାଲି ବିରୋଧ ପରେ ବିଧାୟକ ଯୋଗେଶ ସିଂ ଙ୍କ ସମେତ ୬୫ ଜଣଙ୍କୁ ଅଟକ ରଖା ଯାଇଛି। ରେଳୱେ ସାଇଡିଂ କୁ ବେଆଇନ୍ ଦର୍ଶାଇ ଲୋଡିଂ କୁ ବିରୋଧ କରୁଥିଲେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଏବଂ ଗ୍ରାମବାସୀ। ରାସ୍ତାରେ ଗଛ କାଟି ପକାଇ ଦେଇ ସଡ଼କ ଜାମ୍ କରିଦେଇଥିଲେ ବିକ୍ଷୋଭକାରୀ। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଯେଉଁ ରାସ୍ତାରେ ଟ୍ରକ୍ ଏବଂ ହାଇବା ଲୋଡ୍ କରିବାକୁ ଆସୁଛି ଉକ୍ତ ରାସ୍ତା
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ତିଆରି ହୋଇଛି। ଏହା ଛଡା ଗ୍ରାମ ସଭାର ବିନା ଅନୁମୋଦନରେ ରେଲୱେ ସାଇଡିଂ କରାଯାଇଥିବାରୁ ଏହା ବେଆଇନ୍ ବୋଲି ବିଧାୟକ କହିଛନ୍ତି। ରାସ୍ତା ଖରାପ ହୋଇ ଯାଉଥିବାରୁ ଉକ୍ତ ରାସ୍ତାରେ କୋଇଲା ପରିବହନ ବନ୍ଦ ରଖିବାକୁ ଦାବି କରିଛନ୍ତି ଗ୍ରାମବାସୀ। ରାସ୍ତା ବନ୍ଦ ରଖିଥିବାରୁ ପୋଲିସ୍ ବିଧାୟକଙ୍କ ସମେତ ୬୫ ଜଣଙ୍କୁ ଗତକାଲି ଠାରୁ ଅଟକ ରଖିଛି। ପୋଲିସ୍ ପ୍ରଶାସନ ହସ୍ତକ୍ଷେପ ପରେ ରେଲୱେ ସାଇଡିଂ ରେ ଲୋଡିଂ କାମ ଆରମ୍ଭ ହୋଇ ଥିବା ସୂଚନା ମିଳିଛି।

Leave A Reply

Your email address will not be published.