ରାଉରକେଲା : ପେଟ୍ରୋଲ ପମ୍ପ ରେ ଡକାୟତି ଯୋଜନା ପଣ୍ଡ।। ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ୬ ଦୁର୍ବୃତ୍ତଙ୍କୁ ଗିରଫ କଲା।। ଖଣ୍ଡା , ଭୁଜାଲି ଆଦି ମାରଣାସ୍ତ୍ର ଜବତ।
ରାଉରକେଲା:୩୧/୫(ସତ୍ୟାନ୍ୟୁଜ) ଡକାୟତି ଯୋଜନା କରୁଥିବା ବେଳେ ମାଡ଼ି ବସିଲା ପୋଲିସ୍।୬ ଦୁର୍ବୃତ୍ତ ଗିରଫ। ଖଣ୍ଡା , ଭୁଜାଲି , ପାଇପ , ଲୁହା ରଡ଼ ଆଦି ଜବତ। ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ଟିମ୍ବର୍ କଲୋନୀ ପରିବା ବଜାର ପଛପଟେ ୬ ଜଣ ଦୁବୃର୍ତ୍ତ ଏକ ପେଟ୍ରୋଲ ପମ୍ପ ଏବଂ କେତେକ ଦୋକାନରୁ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ଖବର ପାଇ ପୋଲିସ ଚଢାଉ କରି ସେମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଘାତକ ମାରଣାସ୍ତ୍ର ଏବଂ ଡକାୟତି ପାଇଁ ବ୍ୟବହୃତ ହେବାକୁ ଥିବାଯନ୍ତ୍ରପାତି ଜବତ କରିଛନ୍ତି। ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତକାଲି ରାତିରେ ଏହି ଡକାୟତ ମାନେ ଅନ୍ଧାରରେ ବସି ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲେ। ପୂର୍ବରୁ ଏହି ଦୁବୃର୍ତ୍ତ ଙ୍କ ନାଁ ରେ ପ୍ଲାଣ୍ଟ ସାଇଟ୍ , ଉଦିତ ନଗର , ଲହୁଣୀପଡ଼ା ଏବଂ ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।