ରାଉରକେଲା : ବିସ୍ପୋରକ ସାମଗ୍ରୀ ଜବତ ଲୁଟ୍ ଘଟଣା ତଦନ୍ତ ପାଇଁ ଏସ ଆଇ ଟି ଗଠନ।। ଏନ୍ ଆଇ ଏ କୁ ସହଯୋଗ କରିବ ଏହି ଟିମ୍।
ରାଉରକେଲା :୩୦/୫(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ଜିଲ୍ଲା
କେ ବଳଙ୍ଗ ଥାନା ଅଞ୍ଚଳରୁ ଗତ ମଙ୍ଗଳବାର ଦିନ ଲୁଟ୍ ହୋଇଥିବା ୪୦୦ ଟନ୍ ବିସ୍ପୋରକ ସାମଗ୍ରୀର ପତ୍ତା ଏପର୍ଯ୍ୟନ୍ତ ପୋଲିସ୍ ପାଇ ପାରି ନାହିଁ। ଏହି ଲୁଟ୍ ପଛରେ ମାଓବାଦୀ ଙ୍କ ହାତ ଥିବା ଏକ ପ୍ରକାର ସ୍ପଷ୍ଟ କରିଛି ପୋଲିସ୍। ଘଟଣାର ଗୁରୁତ୍ବ ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ଏବେ ଏନ୍ ଆଇ ଏ କରୁଛି। ଏହା ପୂର୍ବରୁ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ରାଉରକେଲା ଆସି ଘନଘନ ବୈଠକ ସାରି ଫେରି ଯାଇଛନ୍ତି। ଏନ୍ ଆଇ ଏ କୁ ତଦନ୍ତରେ ସହଯୋଗ କରିବା ପାଇଁ ରାଉରକେଲା ଅତିରିକ୍ତ ଏସପି ଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର
ତଦନ୍ତକାରୀ ଦଳ ଗଠନ କରା ଯାଇଛି। ଏହି ଟିମ୍ ରେ ବଣାଇ
ଏସଡିପିଓ ଏବଂ ଦୁଇ ଜଣ ଇନ୍ସପେକ୍ଟର ମଧ୍ୟ ରହିଛନ୍ତି।
ଅନ୍ୟପକ୍ଷରେ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡି କରାଯିବା ସହ ପେଟ୍ରୋଲିଂ ବ୍ୟବସ୍ଥା ଜାରି ରହିଛି। ବିସ୍ପୋରକ ସାମଗ୍ରୀ ଯେପରି ମାଓବାଦୀ ମାନେ ବ୍ୟବହାର କରିବାରେ ସଫଳ ନୁହୁଅନ୍ତି ସେଥିପାଇଁ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ପୋଲିସ୍ ସହ ଯୋଗାଯୋଗ କରାଯାଇଛି।