ବଣାଇ : ୫ ଶିକାରୀ ଗିରଫ।। ୭ ଟି ବନ୍ଧୁକ , ଧନୁତୀର ସହ ଶିକାର କରିବା ସାମଗ୍ରୀ ଜବତ।

0 2,858

ବଣାଇ:୩୦/୫(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ଫରେଷ୍ଟ ରେଞ୍ଜର ବିଭିନ୍ନ ଗ୍ରାମରେ ଚଢ଼ାଉ କରି ବନ ବିଭାଗ ୭ଟି ବେଆଇନ୍ ବନ୍ଧୁକ ଜବତ କରିବା ସହ ୬ ଜଣ ଶିକାରୀଙ୍କୁ ଗିରଫ କରିଛି। ଘରେ ଅସ୍ତ୍ରଶସ୍ତ୍ର ରଖି ଜଙ୍ଗଲରେ ଶିକାର କରୁ ଥିବା ବଣାଇ ଡ଼ି ଏଫ ଓ ଲଳିତ କୁମାର ପାତ୍ର ଖବର ପାଇବା ପରେ ଚଢାଉ ପାଇଁ ଏକ ଟିମ ଗଠନ କରି ଥିଲେ। ଆଜି ବଣାଇ , କୁଳିପୋଷ ରେଞ୍ଜର ଆର୍ ଆର୍ ଟିମ୍, ବିଭିନ୍ନ ସେକ୍ସନ ର ଫରେଷ୍ଟର , ଭିନ୍ନ ଭିନ୍ନ ଗ୍ରାମରେ ଚଢ଼ାଉ କରି ଥିଲେ। ଏହି ଚଢ଼ାଉରେ ୭ଟି ଚୋରା ବନ୍ଧୁକ, ତିନଟି କୁଟୁରା ସିଙ୍ଗ, ବିପୁଳ ପରିମାଣର ଧନୁ ତୀର, ଶିକାର ଫାସ, ସହିତ ଅନ୍ୟ କେତେକ ଶିକାର ସାମଗ୍ରୀ ଜବତ କରି ଥିବା ସୂଚନା ମିଳିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.