ବଲାଙ୍ଗିର : ବରିଷ୍ଠ ସାମ୍ବାଦିକ ବିଜୟ ପ୍ରଧାନଙ୍କ ହାତ ବାନ୍ଧି ମାଡ଼ ମାରିବା ଅଭିଯୋଗରେ ୪ ଗିରଫ।। ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳାଇ ଫେରାର।
ବଲାଙ୍ଗିର:୨୬/୫(ସତ୍ୟାନ୍ୟୁଜ) ବରିଷ୍ଠ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ହାତ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣାରେ ପୋଲିସ ଜଣେ ନାବାଳକ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ମାନେ ହେଲେ ଅବିନାଶ ଦଳାଇ , ଗୁମର ନାୟକ ଏବଂ ଆଦିତ୍ୟ ଜେନା। ଏହି ଘଟଣାର ମାଷ୍ଟର ମାଇଣ୍ଡ ଗଜେନ୍ଦ୍ର ଦଳାଇ ଏପର୍ଯ୍ୟନ୍ତ ଫେରାର ଅଛି।
ଘଟଣା ଘଟିଥିଲା ବଲାଙ୍ଗିରର
ପୁଇଁତଳା ଥାନା ଅନ୍ତର୍ଗତ
କୁଲଥିପାଲି ଠାରେ। ବରିଷ୍ଠ ସାମ୍ବାଦିକ ବିଜୟ ପ୍ରଧାନ ଏକ ନିର୍ମାଣଧିନ ପ୍ରକଳ୍ପର ନ୍ୟୁଜ୍ କଭର୍ କରୁଥିବା ବେଳେ ଠିକାଦାରଙ୍କ ପ୍ରରୋଚନାରେ କେତେକ ଯୁବକ ବିଜୟ ଙ୍କ ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ବିଜୟଙ୍କ ମୁହଁରେ ଗୋଇଠା ମାରୁଥିବା ଦୃଶ୍ୟର ଭିଡିଓ ଭାଇରାଲ୍ ହୋଇଛି। ମାଡ଼ ମାରିଥିବା ଭିଡିଓ କୁ ଆଧାର କରି ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଫେରାର ହୋଇ ଯାଇଛି ଏବଂ ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବଲାଙ୍ଗୀର ଏସପି କହିଛନ୍ତି।