ରାଉରକେଲା : ସହରରେ ଚୋରଙ୍କ ସାହସ ଚରମ ସୀମାରେ।। ଥାନା କ୍ୟାମ୍ପସ୍ ରେ ହାବିଲଦାରଙ୍କ ଘର କବାଟ ଭାଙ୍ଗି ସୁନା ଗହଣା ଚୋରି।
ରାଉରକେଲା:୨୪/୫(ସତ୍ୟାନ୍ୟୁଜ) ରାଉରକେଲାରେ ଘରେ ପଶି ଚୋରି କରୁଥିବା ଗ୍ୟାଙ୍ଗ ର ହିମ୍ମତ ଏବେ ଚରମ ସୀମାରେ। ଆଜି ଦିନ ଦ୍ୱିପ୍ରହରେ ପ୍ଲାଣ୍ଟ ସାଇଟ୍ ଥାନା କ୍ୟାମ୍ପସ୍ ରେ ଜଣେ ହାବିଲଦାର ଙ୍କ ଘରେ ଚୋର ମାନେ କଳା କନା ବୁଲାଇ ଦେଇଛନ୍ତି। ହାବିଲଦାର ସୁବ୍ରତ କୁମାର ହୋତା ଆଜି ସକାଳେ ପତ୍ନୀଙ୍କ ସହ ଲାଠିକଟା ପୋଷ୍ଟ ଅଫିସ୍ କୁ କୌଣସି କାମରେ ଯାଇଥିଲେ। ଏହାର ସୁଯୋଗ ନେଇ ଚୋର ମାନେ ତାଙ୍କ ଘର ଗେଟ୍ ଏବଂ କବାଟ ଭାଙ୍ଗି ଘରେ ପଶିଥିଲେ। ପରେ ଆଲମୀରା ଭାଙ୍ଗି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ। ସନ୍ଧ୍ୟାରେ ଘରକୁ ଫେରିବା ପରେ ପରିବାର ଲୋକେ ଚୋରି ବିଷୟ ଜାଣିବା ପରେ ଥାନାରେ ସୂଚନା ଦେଇଥିଲେ। ପ୍ଲାଣ୍ଟ ସାଇଟ୍ ପୋଲିସ୍ ଏବଂ ସାଇଣ୍ଟଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।