ରାଉରକେଲା : ଗତକାଲି ଠାରୁ ନିଖୋଜ ଛାତ୍ର ଶୁଭମ୍ ପ୍ରଧାନଙ୍କ ମୃତ ଦେହ ବ୍ରାହ୍ମଣୀ ନଦୀରୁ ଉଦ୍ଧାର।। ଆତ୍ମହତ୍ୟା ସନ୍ଦେହ।

0 2,021

ରାଉରକେଲା:୨୪/୫(ସତ୍ୟାନ୍ୟୁଜ) ଗତକାଲି ଠାରୁ ନିଖୋଜ ଥିବା ରାଉରକେଲା ୧୬ ନମ୍ୱର୍ ସେକ୍ଟର ର ୧୯ ବର୍ଷୀୟ ଛାତ୍ର ଶୁଭମ୍ ପ୍ରଧାନଙ୍କ ମୃତ ଦେହ ଆଜି ବ୍ରାହ୍ମଣୀ ନଦୀରୁ ଉଦ୍ଧାର କରାଯାଇଛି। ଫାୟାର ବ୍ରିଗେଡ୍ ଟିମ୍ ପାନପୋଷ ବ୍ରିଜ ନିକଟ ନଦୀ ପାଣିରୁ ଆଜି ସନ୍ଧ୍ୟାରେ ଶୁଭମ୍ ଙ୍କ ମୃତ ଦେହକୁ ଉଦ୍ଧାର କରି ଆରଜିଏଚ୍ ପଠାଇଛନ୍ତି। ପୋଲିସ୍ ଏ ବାବଦରେ ତଦନ୍ତ କରୁଛି।
ରାଉରକେଲା ୧୬ ନମ୍ୱର୍ ସେକ୍ଟର ଡି ୨୯୮ କ୍ୱାର୍ଟର ରେ ରହୁଥିବା ଶୁଭମ୍ ବାପା ମା ଙ୍କ ଗୋଟିଏ ପୁଅ। ସେ ଉତ୍କଳମଣି ଗୋପବନ୍ଧୁ
ଇନଷ୍ଟଚ୍ୟୁଟ୍ ଅଫ୍ ଇଞ୍ଜନିୟରିଂ ର ଶେଷ ବର୍ଷର ଛାତ୍ର ଥିଲେ। ତାଙ୍କର ଚାକିରି ଅଫର୍ ମଧ୍ୟ ଆସିଥିଲା। ଗତକାଲି ସେ ଘରୁ ନିଜ ସ୍କୁଟିରେ ବାହାରି ଯାଇଥିଲେ। ନିଜ ର ଦୁଇଟି ମୋବାଇଲ୍ ଫୋନ୍ ସେ ଘରେ ଛାଡ଼ି ଦେଇଥିଲେ। ଗୋଟିଏ ଫୋନ୍ ରୁ ଅନ୍ୟ ଫୋନ୍ କୁ ମେସେଜ୍ କରିଥିଲେ। ତାଙ୍କ ସ୍କୁଟି ବେଦବ୍ୟାସ ନଦୀ କୂଳରେ ଥିବା ନେଇ ସେ ମେସେଜ୍ ରେ ଉଲ୍ଲେଖ କରିଥିଲେ। ‘Not a single paper decide my future’ ବୋଲି ମେସେଜ୍ ରେ ଉଲ୍ଲେଖ କରିଥିଲେ। ପରିବାର ଲୋକେ ବେଦବ୍ୟାସ ମନ୍ଦିର ନିକଟରୁ ଶୁଭମ୍ ଙ୍କ ସ୍କୁଟି ଏବଂ ଚପଲ୍ ପାଇଥିଲେ। ପରେ ଓଡ୍ରାଫ୍ ଟିମ୍ ଗତକାଲି ଏବଂ ଆଜି ସକାଳେ ନଦୀରେ ଖୋଜାଖୋଜି କରି ଥିଲେ ମଧ୍ୟ ଶୁଭମ୍ ଙ୍କୁ ପାଇ ନଥିଲେ। ଆଜି ସନ୍ଧ୍ୟାରେ ତାଙ୍କ ମୃତ ଦେହ ନଦୀରୁ ଉଦ୍ଧାର କରା ଯାଇଛି। ତେବେ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ପରିସ୍ଥିତି ରୁ ଜଣା ପଡ଼ୁଛି। ତଦନ୍ତ ପରେ ଆତ୍ମହତ୍ୟା ର କାରଣ ଜଣା ପଡ଼ିବ।

Leave A Reply

Your email address will not be published.