ରାଉରକେଲା : ସଫା କରିବା ଆଳରେ ସୁନା ଗହଣା ଠକେଇ ଗ୍ୟାଙ୍ଗ ସହରରେ ସକ୍ରିୟ।। ଛେଣ୍ଡ କଲୋନୀରେ ଠକି ନେଲେ ଲକ୍ଷାଧିକ ଟଙ୍କାର ଗହଣା।

0 1,287

ରାଉରକେଲା:୨୪/୫(ସତ୍ୟାନ୍ୟୁଜ) ସୁନା ଗହଣା ସଫା କରିବା ଆଳରେ ଠକେଇ କରୁଥିବା ଗ୍ୟାଙ୍ଗ ରାଉରକେଲାରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ଶୁକ୍ରବାର ଦିନ ଏହି ଗ୍ୟାଙ୍ଗର ସଦସ୍ୟ ମାନେ ଛେଣ୍ଡ କଲୋନୀ ଅଞ୍ଚଳର ରାଜେନ୍ଦ୍ର ରଥ ଙ୍କ ଘରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଠକି ନେଇ ଯାଇଛନ୍ତି। ରାଜେନ୍ଦ୍ର ଛେଣ୍ଡ କଲୋନୀରେ
ଏଲ୍ ସି ଆର୍ ୧୬୫ ନମ୍ବର ଘରେ ସପରିବାର ରହନ୍ତି। ଗତକାଲି ସେ ଘରେ ନଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ଘର କବାଟ ଠକ୍ ଠକ୍ କରିଥିଲେ। ରାଜେନ୍ଦ୍ରଙ୍କ ସ୍ତ୍ରୀ କବାଟ ଖୋଲିବାରୁ ସେମାନେ ଉଜାଲା କମ୍ପାନୀ ରୁ ଆସିଥିବା କହିଥିଲେ। ମାଗଣାରେ ସୁନା ଗହଣା ସଫା କରିବା ପାଇଁ କମ୍ପାନୀ ତରଫରୁ ଏବେ ସ୍କିମ୍ ଥିବା କହିଥିଲେ। ରାଜେନ୍ଦ୍ର ଙ୍କ ସ୍ତ୍ରୀ ସୁନା ଗହଣା ଆଣି ସଫା କରିବାକୁ ଦେଇଥିଲେ। କେମିକାଲ୍ ମାଧ୍ୟମରେ ଗହଣା ସଫା କରିବା ଆଳରେ ସୁଯୋଗ ଉଣ୍ଡି ଦୁବୃର୍ତ୍ତ ମାନେ ଗହଣା ନେଇ ଫେରାର ହୋଇ ଯାଇଥିଲେ। ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ହାର , କାନ ଫୁଲ , ମୁଦି ଆଦି ଠକି ନେଇଥିବା ଜଣାପଡିଛି। ରାଜେନ୍ଦ୍ର ଛେଣ୍ଡ ଥାନାରେ ଏତଲା ଦେବା ପରେ ପୋଲିସ୍ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.