ରାଉରକେଲା : ବ୍ରାହ୍ମଣୀ ନଦୀ ତରକେରା ଘାଟରେ ପାଣିରେ ବୁଡି ବାଳକ ନିଖୋଜ।। ଫାୟାର ଟିମ୍ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି।
ରାଉରକେଲା:୨୩/୫(ସତ୍ୟାନ୍ୟୁଜ) ବ୍ରାହ୍ମଣୀ ନଦୀର ତାରକେରା ଘାଟରେ ଆଜି ମଧ୍ୟାହ୍ନ ରେ ଜଣେ ୧୪ ବର୍ଷୀୟ ବାଳକ ବୁଡି ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ଫାୟାର ଟିମ୍ କୁ ନିୟୋଜିତ କରାଯାଇଛି। ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ
ତରକେରା ଘାଟରେ ଆଜି ଗଙ୍ଗାଧର ପାଲି ର ଜଣେ ବାଳକ ସାଙ୍ଗ ମାନଙ୍କ ସହ ଗାଧୋଉଥିବା ବେଳେ ପାଣିରେ ଭାସି ଯାଇ ନିଖୋଜ ହୋଇ ଯାଇଛନ୍ତି। ଅନ୍ୟ ମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଜମା ହୋଇ ଯାଇଥିଲେ ମଧ୍ୟ ବାଳକ ଜଣକ ସ୍ରୋତରେ ଭାସି ଯାଇଥିଲା। ଏବେ ଫାୟାର ଟିମ୍ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେଲା ନଦୀ ପାଣିରେ ବୁଡି ଯୁବକ , ବାଳକ ମାନେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି। କୋଏଲ ନଦୀ , ଶଙ୍ଖ ନଦୀ ଏବଂ ବ୍ରାହ୍ମଣୀ ନଦୀରେ ଏପରି ଅଘଟଣ ଘଟୁଛି। ସାତ ଦିନ ମଧ୍ୟରେ ରାଉରକେଲା ନିକଟ ଏହି ନଦୀ ମାନଙ୍କରେ ୫ ଜଣ ଯୁବକ ଯୁବତୀ ବୁଡି ମୃତ୍ୟୁ ବରଣ କଲେଣି। ଅଭିଭାବକ ମାନେ ଏଥିପ୍ରତି ସତର୍କ ରହିବା ସହ ପ୍ରଶାସନ ମଧ୍ୟ ନଜର ଦେବାକୁ ସାଧାରଣରେ ମତ ପ୍ରକାଶ ପାଉଛି।