କଟକ : ମା କଟକ ଚଣ୍ଡୀ ମନ୍ଦିର ଉନ୍ନତି କରଣ କାମ ସରିବାରେ ବିଳମ୍ବ ନେଇ ଅସନ୍ତୋଷ।। ୩ ବର୍ଷ ହେଲା ଚାଲିଛି କାମ।

0 531

କଟକ : ୨୩/୫(ସତ୍ୟାନ୍ୟୁଜ) “ସପରିବାର ଯାଇଥିଲୁ ମା କଟକ ଚଣ୍ଡୀ ମନ୍ଦିରକୁ ମା’ଙ୍କ ଦର୍ଶନ ପାଇଁ। ମା’ଙ୍କ ଦର୍ଶନ କଲୁ। ଆଶିଷ ମାଗିଲୁ। ସମସ୍ତଙ୍କ ସୁଖ ଶାନ୍ତି କାମନା କରି ଦୀପ ଜାଳି ଫେରି ଆସିଲୁ। କିନ୍ତୁ
ମା’ଙ୍କ ମନ୍ଦିର ରୁ ଫେରିବା ପରେ ମନ ଭାରାକ୍ରାନ୍ତ ହୋଇ ପଡ଼ିଲା। ମୁଖ୍ୟ ମନ୍ଦିର ସହ ଭଙ୍ଗା ରୂଜା ମନ୍ଦିର ପରିସର। ମା ‘ ଙ୍କ ମନ୍ଦିର ପଲିଥିନ୍ ଘୋଡ଼ା ହୋଇଛି। ଭଗ୍ନ ମନ୍ଦିରରେ ମା ପୂଜା ପାଉଛନ୍ତି। ଦିପ ଲଗାଇବାକୁ ଉପଯୁକ୍ତ ସ୍ଥାନ ନାହିଁ। ବର୍ଷ ବର୍ଷ ଧରି ଚାଲିଛି ମନ୍ଦିର ର ଉନ୍ନତି କରଣ”
୭୦ କୋଟି ଟଙ୍କା ଅର୍ଥ ବିନିମୟରେ କଟକ ର ପ୍ରସିଦ୍ଧ ମା କଟକ ଚଣ୍ଡୀ ମନ୍ଦିରର ଉନ୍ନତି କରଣ କାମ ୨୦୨୨ ମସିହାରୁ ଆରମ୍ଭ ହୋଇଛି। ତିନି ବର୍ଷ ବିତି ଗଲା ପରେ ମଧ୍ୟ କାମ ୫୦ ପ୍ରତିଶତ ସମ୍ପୂର୍ଣ ହୋଇ ପାରି ନାହିଁ। ରାଜ୍ୟର ଅନ୍ୟ ବହୁ ଶକ୍ତି ପୀଠ ବର୍ଷେ ଦେଢ଼ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହୋଇଥିବା ବେଳେ ମା କଟକ ଚଣ୍ଡୀ ମନ୍ଦିରର ଉନ୍ନତି କରଣରେ ଅହେତୁକ ବିଳମ୍ବ ଯୋଗୁଁ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିବା ସହ ଅସନ୍ତୋଷ ପ୍ରକାଶ ପାଇଛି।
ମନ୍ଦିର ପରିସରରେ ସବୁ ଆଡେ ଗେଟି , ବାଲି ଏବଂ ଅନ୍ୟ ନିର୍ମାଣ ସାମଗ୍ରୀ ଅବ୍ୟବସ୍ଥିତ ଢଙ୍ଗ ରେ ପଡିଛି। ମା ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ମନ୍ଦିରର ପାଚେରୀ , ଭୋଗ ମଣ୍ଡପ , ରୋଷେଇ ଘର , ଜଗମୋହନ , ଯଜ୍ଞ ମଣ୍ଡପ ସହ ମା’ ଙ୍କ ମନ୍ଦିର କାମରେ ଏତେ ବିଳମ୍ବ ର କାରଣ ଲୋକ ମାନେ ବୁଝି ପାରୁ ନାହାଁନ୍ତି। ତେବେ ଆସନ୍ତା ଡିସେମ୍ବର ମାସ ମଧ୍ୟରେ ମା କଟକ ଚଣ୍ଡୀ ମନ୍ଦିରର ଉନ୍ନତି କରଣ କାମ ସମ୍ପୂର୍ଣ୍ଣ କରା ଯିବା ନେଇ ପ୍ରଶାସନ ପକ୍ଷରୁ କୁହା ଯାଉଛି।

Leave A Reply

Your email address will not be published.