ରାଉରକେଲା : କୋଏଲ ନଦୀରେ ବୁଡି ଶୀତଳପଡ଼ାର ଯୁବକ ମୃତ।। ନଦୀରେ ବୁଡି ମୃତ୍ୟୁ ଘଟଣା ବୃଦ୍ଧି ପାଉ ଥିବାରୁ ସତର୍କ ରହିବାକୁ ନିବେଦନ।

0 614

ରାଉରକେଲା:୨୧/୫(ସତ୍ୟାନ୍ୟୁଜ) ନୁଆଗାଁ ବ୍ଲକ ଖୁଣ୍ଟଗାଁ ପଞ୍ଚୟତ କାରକାଟା ନିକଟ କୋଏଲ ନଦୀରେ ଗତକାଲି ରାଉରକେଲା ଶୀତଳପଡାର ୨୫ ବର୍ଷୀୟ ବିଜୟ ନାଗ ଗାଧୋଇବା ସମୟରେ ବୁଡି ଯାଇ ଥିଲେ। ଆଜି ମୃତ ଶରୀର କୁ ଦେଖି ସ୍ଥାନୀୟ ଲୋକେ ବିଶ୍ରା ପୋଲିସ କୁ ଖବର ଦେବା ସହ ଝିରିପାଣି ସରପଞ୍ଚ ଅଜିତ ତୀର୍କୀଙ୍କୁ ଜଣାଇଥିଲେ। ଏହା ସହ ସାମ୍ବାଦିକା ସଙ୍ଗୀତା ଜେନାଙ୍କୁ ମଧ୍ୟ କହିଥିଲେ। ପରିବାର ଲୋକେ ସାହାଯ୍ୟ ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ।।ମୃତ ଯୁବକଙ୍କ ପରିବାର କିପରି ସରକାରୀ ସାହାଯ୍ୟ ପାଇବେ ସେନେଇ ବ୍ୟବସ୍ଥା ମଧ୍ୟ କରା ଯାଇଥିଲା। ଖୁଣ୍ଟଗାଁ ଆର୍ ଆଇ ଙ୍କ ସହ ଯୋଗାଯୋଗ କରାଯିବା ପରେ ସେ ଘଟଣା ସ୍ଥଳକୁ ଆସି ରିପୋର୍ଟ ଲେଖି ପଠାଇ ଥିଲେ।

ଏବେ ସ୍କୁଲ ଛୁଟି ଥିବାରୁ ନିଜ ନିଜ ପିଲାଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦିଆ ଯାଉଛି। ରାଉରକେଲା ଅଞ୍ଚଳର ପିଲା ମାନେ ଝିରପାଣି କୋଏଲ ନଦୀରେ ନିୟମିତ ଭାବେ ଗାଧୋଇବା ପାଇଁ ଆସୁଛନ୍ତି। ଏବେ କୋଏଲ ସେତୁ ପାଇଁ ନଦୀ ଜଳ ସ୍ତର ବୃଦ୍ଧି ପାଉଛି। ନଦୀରେ ଗଭୀରତା ଜାଣି ନପାରି ପିଲା ମାନେ ଗାଧେଇବା ସମୟରେ ପାଣିରେ ବୁଡି ମୃତ୍ୟୁ ମୁଖରେ ପଡୁଛନ୍ତି। ତେଣୁ ଯୁବକ ,ଛାତ୍ରଛାତ୍ରୀ ଏବଂ ସର୍ବୋପରି ଅଭିଭାବକ ମାନେ ଏଥି ପ୍ରତି ସତର୍କ ରହିବାକୁ ନିବେଦନ କରାଯାଉଛି।

Leave A Reply

Your email address will not be published.