ରାଉରକେଲା : ଦୁବୃର୍ତ୍ତ ଙ୍କ ଗୁଳି ମାଡ଼ରେ ଦୁଇ ଗୁରୁତର।। ରାଉରକେଲା ସରକାରୀ ହସପିଟାଲ ରେ ଭର୍ତ୍ତି।

0 1,056

ରାଉରକେଲା:୧୬/୫(ସତ୍ୟାନ୍ୟୁଜ) ଦୁର୍ବୃତ୍ତ ଙ୍କ ଗୁଳି ମାଡ଼ରେ ଦୁଇ ଜଣ ଗୁରୁତର। ବାଇକ୍ ରେ ଦୁଇ ଦୁର୍ବୃତ୍ତ ଆସି ଦୋକାନୀ ଏବଂ ଜଣେ ଗ୍ରାହକଙ୍କୁ ଗୁଳି ମାଡ଼ କରିଛନ୍ତି। ଗୁରୁତର ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣଙ୍କର ଛାତିରେ ଗୁଳି ବାଜି ଥିବା ବେଳେ ଅନ୍ୟ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି। ଆହତ ଦୋକାନୀ ରାଉରକେଲା ଛେଣ୍ଡ କଲୋନୀ ଅଞ୍ଚଳର ଶିବ ଶଙ୍କର ସାହୁ ବୋଲି ଜଣାପଡିଛି। ରାଉରକେଲା ଚାନ୍ଦିପୋଷ ଥାନା ତାମରା ଅଞ୍ଚଳ ରେ ଆଜି ସନ୍ଧ୍ୟାରେ ଘଟିଛି ଏହି ଗୁଳି କାଣ୍ଡ। ମିଳି ଥିବା ସୂଚନା ଅନୁଯାୟୀ ଦୁର୍ବୃତ୍ତ ଦୁଇଜଣ ବାଇକ୍ ରେ ଆସି ଦୋକାନୀଙ୍କୁ ଟଙ୍କା ମାଗିଥିଲେ। ଦୋକାନୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ହଠାତ୍ ଦୁବୃର୍ତ୍ତ ଦୁଇଜଣ ଗୁଳି କରି ଫେରାର ହୋଇ ଯାଇଥିଲେ। ପୋଲିସ୍ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.