ସୁନ୍ଦରଗଡ଼ : ଛେଳି ବେପାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍ ଘଟଣା।। ୭ ଲୁଟେରା ଗିରଫ।। ୩ ପିସ୍ତଲ୍, ଜୀବନ୍ତ ଗୁଳି ଜବତ।
ସୁନ୍ଦରଗଡ଼ : ୧୪/୫(ସତ୍ୟାନ୍ୟୁଜ) ଗତ ମାସ ୧୭ ତାରିଖ ତଳସରା ଥାନା ବାଘିଆବେର୍ଣ୍ଣା ଠାରେ ଛେଳି ବେପାରୀଙ୍କ ଠାରୁ ବନ୍ଧୁକ ମୁନ ରେ ଲୁଟ ଘଟଣାରେ ତଳସରା ପୁଲିସକୁ ମିଳିଛି ବଡ ସଫଳତା। ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିଲା ଆଜି ଏହି ଘଟଣାରେ ସଂପୃକ୍ତ ଆଉ ପାଞ୍ଚ ଜଣଙ୍କୁ ଗିରଫ କରା ଯାଇଛି। ସେମାନଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା, ତିନିଟି ବନ୍ଧୁକ, ଗୋଟିଏ ମାଗାଜିନ୍, ୩ଟି ଜୀବନ୍ତ ଗୁଳି, ଦୁଇଟି ବାଇକ୍ ଏବଂ ୪ ଟି ମୋବାଇଲ ଜବତ କରାଯାଇଛି । ଅପ୍ରେଲ ୧୭ ତାରିଖରେ ୧୦ ଜଣ ଡକାୟତ ବନ୍ଧୁକ ମୁନରେ ଚାରି ଜଣ ଛେଳି ବେପାରୀଙ୍କ ଠାରୁ ୨ ଲକ୍ଷ ୭୧ ହଜାର ଟଙ୍କା ଲୁଟି ନେଇଥିଲେ।
ଆଜି ପାଞ୍ଚଜଣ ରାଜଗାଙ୍ଗପୁର ଥାନା ବଗିଚାପଡା ର ଅମିତ୍ ତିୱାରୀ, ଧରୁଆଡ଼ିହି ଥାନା ବିରବିରା ର ବିକାଶ ଜୟପୁରିଆ, ପ୍ରକାଶ ଜୟପୂରିଆ, କୁକୁମୁରା ଗାଁ ର ଅକ୍ଷୟ ବେସନ ଏବଂ ଲାକବାହାଲ ଗାଁ ର ଆକାଶ କାଣ୍ଡି ଙ୍କୁ ଗିରଫ କରିଛି ତଳସରା ଥାନା ପୁଲିସ । ସୂଚନା ଅନୁସାରେ ଗତ ମାସ ୧୭ ତାରିଖ ରାଜଗାଙ୍ଗପୁର ଅଞ୍ଚଳର ଚାରି ଜଣ ଛେଳି ବେପାରୀ ଛେଳି କିଣିବା ପାଇଁ ଏକ କାର ରେ ତଳସରା ଥାନା ବନଡେଗାକୁ ଯାଉଥିବା ବେଳେ ବାଘିଆବେର୍ଣ୍ଣା ନିକଟରେ ବନ୍ଧୁକ ଦେଖାଇ ୨ ଲକ୍ଷ ୭୧ ହଜାର ଟଙ୍କା ଲୁଟି ନେବା ସହ ବେପାରୀଙ୍କୁ ନିର୍ଦ୍ଧୁମ ମାଡ ମାରିଥିବା ଥାନା ଅଭିଯୋଗ ହୋଇଥିଲା।