ରାଉରକେଲା : ମା କୁ ବଞ୍ଚାଇବା ବେଳେ ବାପାର ଟାଙ୍ଗିଆ ଚୋଟରେ ୧୩ ବର୍ଷୀୟ ଝିଅ ଗୁରୁତର।। ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି।।

0 1,101

ବଣାଇ : ୧୮/୫(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନାର ଗଦାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବାପା ଟାଙ୍ଗିଆ ଚୋଟରେ ଝିଅ ଗୁରୁତର ହୋଇପଡିଛି । ବାପା ଅର୍ଜୁନ ରଣା ମଦ୍ୟପାନ କରି ଉକ୍ତ ଝିଅର ମା ସାଙ୍ଗରେ ଝଗଡା ଲାଗୁଥିଲେ। ଝଗଡ଼ା ପରେ ବାପା ଉତ୍ୟକ୍ତ ହୋଇ ମା କୁ ଟାଙ୍ଗିଆ ଧରି ମାରିବାକୁ ଯିବା ବେଳେ ୧୩ ବର୍ଷୀୟ ଝିଅ ମା କୁ ରକ୍ଷା କରିବାକୁ ଅନ୍ୟ ଏକ ଘର ଭିତରେ ପୁରାଇ ଦେଇଥିଲା। ଏଥିରେ ରାଗିଯାଇ ଝିଅକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଝିଅର ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା । ପଡୋଶୀ ଘର ଦୌଡ଼ି ଆସି ଝିଅ କୁ ରକ୍ଷା କରି ବଣାଇ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଝିଅର ଅବସ୍ଥା ସଙ୍କଟାପନ୍ନ ଥିବାରୁ ରାଉରକେଲା ସରକାରୀ ଡ଼ାକ୍ତର ଖନକୁ ସ୍ଥାନାନ୍ତରିତ କରାଯାଇଛି । ବାପା ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.