ରାଉରକେଲା : ବଢ଼ି ବଢ଼ି ଚାଲିଛି ସାଇବର ଠକେଇ ମାମଲା।। ଠକେଇ ରୁ ରକ୍ଷା ପାଇବା ଲାଗି ସଚେତନତା କାର୍ଯ୍ୟକ୍ରମ।

0 267

ରାଉରକେଲା:୧୨/୫(ସତ୍ୟାନ୍ୟୁଜ)
ଏବେ ସାରା ଦେଶରେ ସାଇବର୍ ଠକେଇ ମାମଲା ବଢ଼ି ବଢ଼ି ଚାଲିଛି। ଅତି କମ୍ ସମୟ ମଧ୍ୟରେ ବେଶୀ ଅର୍ଥ ରୋଜଗାର କରିବା ଲୋଭରେ ଲୋକ ମାନେ ଏହି ସାଇବର୍ ଠକେଇର ଶିକାର ହେଉଛନ୍ତି। ବେଳେ ବେଳେ ଅଜଣା ଲିଙ୍କ୍ କୁ କ୍ଲିକ୍ କଲେ ନିଜ ଅଜାଣତରେ ସେମାନଙ୍କ ଗୋପନୀୟ ଡାଟା ସାଇବର୍ ଅପରାଧୀଙ୍କ ହାତକୁ ଚାଲି ଯାଇଥାଏ। ଫଳରେ ଅପରାଧୀ ମାନେ ବିଭିନ୍ନ ଉପାୟରେ ଠକି ଲୋକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନେଉଛନ୍ତି। ସାଇବର୍ ଠକେଇକୁ କିପରି ପ୍ରତିହିତ କରି ହେବ ସେ ନେଇ ରାଉରକେଲା ୧୯ ନମ୍ବର ସେକ୍ଟରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ନେହେରୁ ଟ୍ରାଫିକ ପାର୍କ ରେ ‘ ଆମ ପୋଲିସ୍ ‘ ଏବଂ
‘ ସାହା ଭରଷା ‘ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୯ ନମ୍ବର ଥାନା ଅଧିକାରୀ ରଞ୍ଜନ କୁମାର ନାୟକଙ୍କ ସମେତ ସାହା ଭରଷା ର ଆବାହକ ନିହାର ଦାସ ଯୋଗ ଦେଇଥିଲେ। ସାଇବର୍ ବିଶେଷଜ୍ଞ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଲୋକମାନେ
ଡିଜିଟାଲ୍ ଠକେଇ ରୁ କିପରି ରକ୍ଷା ପାଇବେ ସେ ନେଇ ଆଲୋଚନା ହୋଇଥିଲା।

Leave A Reply

Your email address will not be published.