ବଣାଇ : ହାତୀ ମଣିଷ ଲଢେଇ ଜାରି ରହିଛି ଜିଲ୍ଲାରେ।। ହାତୀ , ମଣିଷ , ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ରାଲି।

0 425

ବଣାଇ : ୧୨/୫(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଥମି ନାହିଁ ହାତୀ ମଣିଷ ଲଢେଇ। ଜଙ୍ଗଲ ନଷ୍ଟ ହେଉ ଥିବାରୁ ହାତୀ ଜନ ବସତି ମୁହାଁ ହେଉଛନ୍ତି। ଫଳରେ ଧନ , ଜୀବନ ନଷ୍ଟ ସହ ଫସଲ ନଷ୍ଟ ହେଉଛି। ହାତୀ ମଣିଷ ଲଢେଇରେ କେତେ ବେଳେ ମଣିଷ ର ମୃତ୍ୟୁ ହେଉଛିତ ଆଉ କେତେ ବେଳେ ହାତୀର। ଏ ବାବଦରେ ସଚେତନ କରିବାକୁ ବଣାଇ ବନ ବିଭାଗ ତରଫରୁ ସଚେତନତା ଶୋଭାଯାତ୍ରା ର ଆୟୋଜନ କରା ଯାଇଥିଲା।
ବଣାଇ ଡ଼ି ଏଫ ଓ ଲଳିତ କୁମାର ପାତ୍ର, ବଣାଇ ବିଡ଼ିଓ, ଏ ସି ଏଫ୍ ପ୍ରମୁଖ ଯୋଗ ଦେଇ ସବୁଜ ପତାକା ଦେଖାଇ ରାଲିକୁ ଉଦଘାଟନ କରି ଥିଲେ। ରେଞ୍ଜର, ଫରେଷ୍ଟର, କର୍ମଚାରୀ , ସାଧାରଣ ଜନତା ବଣାଇ ଡିଭିଜନ କାର୍ଯ୍ୟାଳୟ ରୁ ବାହାରି ଲଲେଇ ଛକ ନିକଟରେ ପହଁଚି ଥିଲେ। ହାତୀଙ୍କ ଜନ ବସତି ଅଞ୍ଚଳ କୁ ପ୍ରବେଶ କିପରି ପ୍ରତିହିତ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା। ଏହା ସହ ଜଙ୍ଗଲ ନିଆଁକୁ କିପରି ନିୟନ୍ତ୍ରଣ କରା ଯାଇ ପାରିବ ସେ ନେଇ ଆଲୋଚନା ମଧ୍ୟ ହୋଇଥିଲା।

Leave A Reply

Your email address will not be published.