ରାଉରକେଲା : ଭାରତ – ପାକିସ୍ଥାନ ମଧ୍ୟରେ ଅସ୍ତ୍ର ବିରତି ହୋଇଛି।। କିନ୍ତୁ ଯୁଦ୍ଧ ର କଳା ବାଦଲ ଯାଇନାହିଁ।। ସେଥିପାଇଁ ଚାଲିଛି ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର।

0 261

  • ରାଉରକେଲା:୧୧/୫(ସତ୍ୟାନ୍ୟୁଜ) ଏନସିସି ନବମ ଓଡିଶା ବାଟାଲିୟନ ର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ଶଶାଙ୍କ ଚନ୍ଦ୍ରକାନ୍ତ କୁଳକର୍ଣି ଙ୍କ ଅନୁରୋଧ କ୍ରମେ ଅନୁଆଲ୍ ଟ୍ରେନିଂ କ୍ୟାମ୍ପ* ” ଶିବିରରେ ଯୁଦ୍ଧ ପରିସ୍ଥିତି ମୁକାବିଲା ପାଇଁ ଆତ୍ମ ସୁରକ୍ଷା କୌଶଳର ତାଲିମ୍ ଶିବିର ଆୟୋଜନ ହେଇଛି |ଏହି ଶିବିର ମେ ୬ ତାରିଖରୁ ଆରମ୍ବ ହୋଇ ୧୫ ମେ ରେ ଶେଷ ହେବ ଓ ଏହି ଶିବିରରେ ସର୍ବମୋଟ ୬୨୯ କ୍ୟାଡେଟ ରାଉରକେଲା , ସୁନ୍ଦରଗଡ, ରାଜଗାଙ୍ଗପୁର ଓ ଉଜଲପୁର ବିଭିନ୍ନ ସ୍କୁଲ ଓ କଲେଜର ସିନିୟର ଓ ଜୁନିଅର ଉଇଙ୍ଗ ର ପୁଅ ଓ ଝିଅ ମାନେ ଅଂଶ ଗ୍ରହଣ କରୁଛନ୍ତି | ଏହି ଶିବିରର ମୂଳ ଉଦ୍ଦେଶ୍ୟ ହେଉଛି ସାଂସ୍କୃତିକ ସଂଯୋଗ, ଭାଷା ଓ ପରସ୍ପରର ରୀତିନୀତି,ପରମ୍ପରାରାକୁ ବୁଝିବା ଓ ପରଖିବା ଏବଂ ଜାତୀୟ ଏକକିକରଣର ଭାବନା ବିକାଶ କରିବା | ଆମ ଦେଶରେ ବଢୁଥିବ ବିଭିନ୍ନ ବିପର୍ଜୟକୁ ଆଖି ଆଗରେ ଦେଖି ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ନବମ ଓଡିଶା ବାଟାଲିୟନ ର ନିର୍ଦେଶ କ୍ରମେ ମେ ୧୦ ଏବଂ ୧୧ ତାରିଖ ଦୁଇ ଦିନ ଧରି ଯୁଦ୍ଧ ପରିସ୍ଥିତି ମୁକାବିଲା ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ସାଇ ଭେଳି ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି | ଏହି ଦୁଇ ଦିନ ଧରି ଶିବିରର ମୂଳ ଲକ୍ଷ୍ୟ ହେଲା ଆମେ ଯୁଦ୍ଧ ସମୟରେ ଯଦି ବାହ୍ୟ ଶତ୍ରୁ ଦ୍ଵାରା ଏୟାର ଆଟେକ୍ ର ଆକ୍ରମଣ ହେଲେ ଆମେ କେମିତି ଉପାୟରେ ସାଧାରଣ ଲୋକମାନଙ୍କୁ କିପରି ନିଜକୁ ସୁରକ୍ଷିତ ରଖିପାରିବେ ସେ ନେ଼ଇ ଏକ ଅଭ୍ୟାସ୍ ମକ ଡ୍ରିଲ୍ଲ ଅନୁଷ୍ଠିତ ହେଇଥିଲା। ଏୟାର ରେଡ ଆଲର୍ଟ ସାଇରନ ବାଜିଲେ ଆମେ କେମିତି ଉପାୟରେ ନିଜେ ନିଜକୁ ସୁରକ୍ଷିତ ରଖିପାରିବେ ଏବଂ ସାଧାରଣ ଲୋକମାନଙ୍କୁ ଘରେ ବା ଘର ବାହାରେ ଯେଉଁମାନେ ଥିବେ କେଉଁ ଉପାୟରେ ଆମେ ଅବସ୍ଥାନ କରିବା ଏବଂ ତାର ପରବର୍ତ୍ତୀ ସମୟରେ ଏୟାର ସାଇରନ ବାଜିଲା କ୍ଷଣି ଆମର କଣ କାମ ହେବା ସେ ବିଷୟରେ ସମସ୍ତ ଛାତ୍ର ଓ ଛାତ୍ରୀ ମାନଙ୍କୁ ବିସ୍ତୃତ ଭାବେ ଶିକ୍ଷା ଦିଆଗଲା। ଏବଂ ପରବର୍ତ୍ତୀ ସମୟରେ ଆହତ ବ୍ୟକ୍ତିକୁ କିପରି ଉପାୟରେ ସାହାଯ୍ୟ କରିବା ଏବଂ ଲୋକ ମାନଙ୍କୁ ସଚେତନ କରି ପାରିବା ଓ ଆମେ ଆହତ ବ୍ୟକ୍ତିକୁ କେମିତି ଉପାୟରେ ତାକୁ ସୁରକ୍ଷା ଦେବା ଏବଂ ତା ଜୀବନ ଟା ବଞ୍ଚାଇପାରିବା ସେହି ବିଷୟରେ ସମସ୍ତଙ୍କୁ ବିସ୍ତୃତ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା | ପ୍ରାଥମିକ ଚିକିତ୍ସା କଣ, ତାର ମୂଳ ଲକ୍ଷ୍ୟ ଏବଂ କେମିତି ଭାବେ ଆମେ ତାର ନିରାକରଣ କରିବା, ଆହତ ବ୍ୟକ୍ତି କୁ କେମିତି ଉପାୟରେ ଦୁର୍ଘଟଣା ଜାଗାରୁ ସୁରକ୍ଷିତ ସ୍ଥାନ କୁ ନେବା ଯଥା କ୍ରାଡେଲ, ହୁମାନ କ୍ରଚ, ପିକ ଏ ବେକ, ଫାୟାର ମେନ ଲିଫ୍ଟ, ଟୁ ହ୍ୟାଣ୍ଡ ସିଟ, ଥ୍ରୀ ହ୍ୟାଣ୍ଡ ସିଟ, ଫୋର ହ୍ୟାଣ୍ଡ ସିଟ, କ୍ଳଥ ଷ୍ଟ୍ରେଚର, ହୁମାନ ଷ୍ଟ୍ରେଚର କେମିତି ଉପାୟରେ ଅବସ୍ଥାନ କରିବା ପ୍ରାକଟିକାଲ ମାଧ୍ୟମରେ ଦେଖାଯାଇଥିଲା ଓ କ୍ୟାଡେଟମାନେ ଆସି ନିଜେ ନିଜେ ତାକୁ ଅଭ୍ୟାସ କରିଥିଲେ | ୧୧ ତାରିଖ ଦିନ ଏକ ଅଭ୍ୟାସ ମକ ଡ୍ରିଲ୍ ଅନୁଷ୍ଠିତ ହେଇଥିଲା ଏହି ଡ୍ରିଲ୍ ରେ କ୍ୟାମ୍ପ ର ସମସ୍ତେ ଭାଗ ନେଇଥିଲେ ଓ କେମିତି ଉପାୟରେ ଆମେ ଧନ ଓ ଜୀବନ କୁ ସୁରକ୍ଷା ଦେଇପାରିବା ନେଇ ଏକ ଅଭ୍ୟାସ ଡ୍ରିଲ୍ ହେଇଥିଲା।ଏହି ଦୁଇ ଦିନିଆ ଶିବିର କୁ ବେସାମରିକ ପ୍ରତିରକ୍ଷା ବାହିନୀ ର କମ୍ପାନୀ କମାଣ୍ଡର ଓ ମାଷ୍ଟର ଟ୍ରେନେର ଶୁଭେନ୍ଦୁ ପଣ୍ଡା, କମ୍ପାନୀ କମାଣ୍ଡର ଦିଲୀପ କୁମାର ରାଉତ, ସ୍ବେଛାସେବୀ ଶରତ ଚନ୍ଦ୍ର ଖଡିଆ, ମଣ୍ଟୁ ଭୋଇ, ଦେବାଶିଷ ରାଉତରାୟ, ହରେ କୃଷ୍ଣ ତନ୍ତୀ, ସଞ୍ଜୟ ଖଡ଼ିଆ, ରିତେଶ ସାହୁ, ସୁରଜ୍ ପ୍ରସାଦ ପରିଚାଳନା କରିଥିଲେ | ଏହି ଶିବିରକୁ ପରିଚାଳନା କରବାରେ ପ୍ରମୁଖ ଭାବେ ନବମ ଓଡିଶା ବାଟାଲିୟନର ଏଡମ ଅଫିସର ଲେଫ୍ଟାନେଣ୍ଟ କର୍ଣ୍ଣେଲ ଗଗନ ଦୀପ ସିଂ, ସୁବେଦାର ମେଜର ଅଙ୍ଗଦ ମହତୋ ସୁବେଦାର ସୁରେନ୍ଦ୍ର ସିଂ, ସୁଖ୍ବିନ୍ଦର୍ ସିଂ,, ଏନସିସି ଅଫିସର ଆରୟା ଜେନା, ହମିଦ, ଅଜିତ ବେହେରା, ସସ୍ମିତା ଟପୋ ଓ ଅନ୍ୟ ଏନସିସି ଅଫିସର ଏବଂ ନବମ ବାଟାଲିୟନର ସମସ୍ତ ଷ୍ଟାଫ ମାନଙ୍କ ପ୍ରଚେଷ୍ଟା ରେ ଏହି ଦୁଇ ଦିନ ଧରି ଚାଲିଥିବା ଶିବିରକୁ ସଫଳ ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ |
Leave A Reply

Your email address will not be published.