ବଣାଇ : ୧୧/୫(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ସାନଜଲ୍ ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀ ର ଟାଙ୍ଗିଆ ଚୋଟ ରେ ଯାଇଛି ଜଣଙ୍କର ଜୀବନ l ସାନଜଲ୍ ଗ୍ରାମର ଦୋଳ ଦେହୁରୀ ଓ ପଡୋଶୀ ଶୁକ ଦେହୁରୀ ଙ୍କ ମଧ୍ୟରେ ଦୀର୍ଘଦିନ ଧରି ତିକ୍ତତା ଲାଗି ରହିଥିଲା l ଗତ ରାତିରେ ଏହା ଉଗ୍ର ରୂପ ନେଇଥିଲା। ପରିଣାମ ସ୍ୱରୂପ ଶୁକ ଦେହୁରୀ ଏକ ଟାଙ୍ଗିଆ ରେ ଦୋଳ ଦେହୁରୀଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା l ଘଟଣା ଜଣାପଡିବା ପରେ ଗ୍ରାମବାସୀ ଅଭିଯୁକ୍ତ ଶୁକକୁ ଧରି ପୋଲିସ୍ ଜିମା ଦେଇଛନ୍ତି।ମହୁଲପଦା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି l