ରାଉରକେଲା : ଷ୍ଟେସନ୍ ନିକଟ ମଧୁସୂଦନ ମାର୍ଗରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ସିଲ୍।। ଅବକାରୀ ଆଇନ୍ ଉଲଂଘନ ଅଭିଯୋଗରେ ସିଲ୍।
ରାଉରକେଲା: ୧/୫(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ପ୍ରଶାସନର ବେଆଇନ୍ ମଦ ବିରୋଧୀ ଅଭିଯାନ ଜାରି ରହିଛି। ବେଆଇନ୍ ମଦ କାରବାର ରୋକିବାକୁ ବିଭିନ୍ନ ଢ଼ାବା , ହୋଟେଲ ଆଦିରେ ପ୍ରତିଦିନ ପୋଲିସ୍ ପକ୍ଷରୁ ଯାଞ୍ଚ କରା ଯାଉଛି। ତେବେ ଗତ ରାତିରେ ପୋଲିସ୍ ଏବଂ ଅବକାରୀ ବିଭାଗ ଏକ ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ସିଲ୍ କରି ଦେଇଛନ୍ତି। ରାଉରକେଲା ରେଳ ଷ୍ଟେସନ୍ ନିକଟ ମଧୁସୂଦନ ମାର୍ଗ ରେ ଅବସ୍ଥିତ ଏହି ବିଦେଶୀ ମଦ ଦୋକାନ ବିରୁଦ୍ଧରେ ବହୁ ଅଭିଯୋଗ ଆସୁଥିଲା। ମଦ ଦୋକାନ ନିକଟରେ ଗ୍ରାହକଙ୍କୁ ମଦ ପିଇବାକୁ ଅନୁମତି ଦେଉଥିବା ଅଭିଯୋଗରେ ଦୋକାନକୁ ଅସ୍ଥାୟୀ ଭାବେ ସିଲ୍ କରିଛି ଅବକାରୀ ବିଭାଗ। ଏହାଛଡା ସର୍ବସାଧାରଣ ସ୍ଥାନରେ ୱାଇନ୍ ଶପ୍ ଆଗରେ ମଦ ପିଇବା ଅଭିଯୋଗରେ ଦୁଇଜଣଙ୍କୁ ଅଟକ ମଧ୍ୟ ରଖା ଯାଇଛି। କେବଳ ଏହି ଗୋଟିଏ ଠିପି ବନ୍ଦ ମଦ ଦୋକାନ ନୁହେଁ ସହରର ବହୁ ବିଦେଶୀ ମଦ ଦୋକାନରେ ଅବକାରୀ ଆଇନ୍ ର ଉଲଂଘନ ହେଉଥିବା ଅଭିଯୋଗ ହେଉଛି। ଏହାଛଡା ରାଉରକେଲା ପୋଲିସ୍ ବିଭିନ୍ନ ଢାବା ଏବଂ ହୋଟେଲ ରେ ଚଢାଉ କରି ବହୁ ପରିମାଣର ବେଆଇନ୍ ମଦ ଜବତ କରୁଛନ୍ତି। ତେବେ ସହରର ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ଠିପି ବନ୍ଦ ମଦ ଦୋକାନ ସିଲ୍ କରାଯିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି।