ରାଉରକେଲା : ଭଞ୍ଜ ଭବନ ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ ଅନୁଷ୍ଠିତ।। ଅତିଥି ଭାବେ ଯୋଗ ଦେଲେ ଉପ ବାଚସ୍ପତି ଏବଂ ବିଧାୟକ।
ରାଉରକେଲା : ୧/୫(ସତ୍ୟାନ୍ୟୁଜ)
ରାଉରକେଲା ଭଞ୍ଜ ଭବନ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଆୟୋଜିତ ଏହି ସମାରୋହ ରେ ବିଧାନସଭା ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଏବଂ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗ ଦେଇଥିଲେ। ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ। ରାଜ୍ୟ ସରକାର ଶ୍ରମିକ ମାନଙ୍କ ସ୍ବାର୍ଥ ରକ୍ଷା କରିବା ଲାଗି ସବୁ ବେଳେ ବଦ୍ଧ ପରିକର। ଦେଶ ନିର୍ମାଣରେ ଶ୍ରମିକ ମାନଙ୍କର ବିଶେଷ ଭୂମିକା ରହିଛି। ଶ୍ରମିକ ମାନଙ୍କ ମଜୁରୀ ବୃଦ୍ଧି କରିବା ଠାରୁ ଆରମ୍ଭ କରି ସେମାନଙ୍କ ସ୍ବାସ୍ଥ୍ୟ , ପରିବାରର ସାମାଜିକ ସୁରକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ଅତିଥି ମାନେ କହିଥିଲେ। ରାଉରକେଲା ଏକ ଶିଳ୍ପ ନଗରୀ। ଇସ୍ପାତ କାରଖାନା ବ୍ୟତୀତ ଆଖପାଖ ରେ ବହୁ ଶିଳ୍ପ ପ୍ରତିଷ୍ଠା ହୋଇଛି। ମୋହନ ମାଝି ସରକାରଙ୍କ ଶ୍ରମିକ ମାନଙ୍କ ସ୍ବାର୍ଥ ରକ୍ଷା ଲାଗି ସମସ୍ତ ପ୍ରକାର ଉଦ୍ୟମ ଜାରି ରହିବ ବୋଲି ବିଧାୟକ ଦୁର୍ଗା ଚରଣ ତନ୍ତୀ କହିଛନ୍ତି।