ରାଉରକେଲା : ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ୫ ବର୍ଷ ହେଲା ସହରରେ ଚାଲିଛି ସିସିଟିଭି କ୍ୟାମେରା ଲଗା ପ୍ରକଳ୍ପ।। ମାତ୍ର ହେଉ ନାହିଁ କାର୍ଯ୍ୟକ୍ଷମ।

0 555

ରାଉରକେଲା: ୩୦/୪(ସତ୍ୟାନ୍ୟୁଜ)
ଅପରାଧ ନିୟନ୍ତ୍ରଣ କରିବାରେ ଏବଂ ଅପରାଧର ପର୍ଦ୍ଦାଫାସ କରିବାରେ ସିସିଟିଭି କ୍ୟାମେରା ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଛଡା ଟ୍ରାଫିକ୍ ନିୟନ୍ତ୍ରଣ କରିବାରେ ମଧ୍ୟ ସିସିଟିଭି କ୍ୟାମେରା ବେସ୍ ସହାୟକ ହେଉଛି। ବିଶେଷ କରି ସହରାଞ୍ଚଳରେ ଟ୍ରାଫିକ ଏବଂ ଅପରାଧ ନିୟନ୍ତ୍ରଣ ରେ ଏହି ସିଷ୍ଟମ ଏବେ ଲାଗୁ କର ଯାଉଛି। ଏଥି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ମାତ୍ର ଗ୍ରାଉଣ୍ଡ ଲେବଲ୍ ରେ ଏହି ଯୋଜନାର କାର୍ଯ୍ୟକାରିତା ଠିକ୍ ଭାବେ ହୋଇ ପାରୁ ନଥିବା ଅଭିଯୋଗ ହେଉଛି। ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ଼ ପକ୍ଷରୁ ୧୦୦ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବିନିମୟ ରେ ଏହି ଯୋଜନା କରା ଯାଉଛି। ୫ ବର୍ଷ ହେଲା ଏହି ପ୍ରକଳ୍ପ ଆରମ୍ଭ କରା ଯାଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରି ନାହିଁ। ସହରର ପ୍ରମୁଖ ଛକ ସମେତ ୧୧୦ ଟି ସ୍ଥାନରେ ୬୭୫ ଟି ସିସିଟିଭି କ୍ୟାମେରା ଲଗା ଯାଇଛି। କ୍ୟାମେରା ଲାଗିଛି , କେବଲ୍ ବିଛା କାମ ସରିଛି। ମାତ୍ର ଏହି ସିଷ୍ଟମ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ରାଉରକେଲା ପୋଲିସ୍ ପକ୍ଷରୁ କେତେକ ସ୍ଥାନରେ ସିସି ଟିଭି କ୍ୟାମେରା ଲଗା ଯାଇ କାମ ଚଳା ଯାଉଛି। ଦୁଇ ଦିନ ତଳେ ରାଜ୍ୟ ପୋଲିସ ଡିଜି ରାଉରକେଲା ଗସ୍ତରେ ଆସିଥିବା ବେଳେ ଏହି ଯୋଜନା କିପରି ଶୀଘ୍ର କାର୍ଯ୍ୟକାରୀ କରାଯିବ ସେ ନେଇ କହିଥିଲେ। ତେବେ ସ୍ମାର୍ଟ ସିଟି ଲିମିଟେଡ଼ ପକ୍ଷରୁ ୫ ବର୍ଷ ହେଲା ଚାଲିଥିବା ଏହି ପ୍ରକଳ୍ପରେ ବାରମ୍ବାର ଠିକା ସଂସ୍ଥା ବଦଳା ଯାଉଛି। କିନ୍ତୁ କାମ ସରୁ ନାହିଁ। ଏହାକୁ ନେଇ ସହରବାସୀ ଚିନ୍ତା ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.