ରାଉରକେଲା : ଉଦିତନଗର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବର ପୂର୍ଣ୍ଣାହୁତି ଆଜି।। ସନ୍ଧ୍ୟାରେ ଉତ୍ସବରେ ଯୋଗଦେବେ ପୁରୀ ଗଜପତି ଦିବ୍ୟସିଂହ ଦେବ।

0 1,072

ରାଉରକେଲା:୩୦/୪(ସତ୍ୟାନ୍ୟୁଜ) ଆଜି ରାଉରକେଲା ଉଦିତନଗରରେ ନବ ନିର୍ମିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ। ପଞ୍ଚଦେବ କଲଚରାଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ପ୍ରତିଷ୍ଠା ଉତ୍ସବରେ ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଆସୁଛନ୍ତି ପୁରୀ ମହାରାଜା ଗଜପତି ଦିବ୍ୟ ସିଂହ ଦେବ। ଗତକାଲି ସନ୍ଧ୍ୟାରୁ ଗଜପତି ଆସି ରାଉରକେଲାରେ ପହଞ୍ଚିଛନ୍ତି। ନୂତନ ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସହ ଅନ୍ୟ ବିଗ୍ରହ ମାନଙ୍କର ସ୍ଥାପନା ରେ ଯୋଗ ଦେବେ ଗଜପତ୍ ଦିବ୍ୟସିଂହ ଦେବ।
ଉଦିତନଗର ଠାରେ ଥିବା ଏହି ପୁରାତନ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାକୁ ଆସି ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଭକ୍ତ ମାନଙ୍କ ସହଯୋଗରେ ପଞ୍ଚଦେବ
କଲଚରାଲ୍ ଟ୍ରଷ୍ଟ ପକ୍ଷରୁ ନୂତନ ମନ୍ଦିର ନିର୍ମାଣ କରାଗଲା। ଏହି ନୂତନ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୭ ତାରିଖରୁ ଆରମ୍ଭ ହୋଇଛି। ଆଜି ଏହି ଉତ୍ସବର ପୂର୍ଣ୍ଣାହୁତି।
ନୂତନ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ମନ୍ଦିର ବ୍ୟତୀତ ମହାଲକ୍ଷ୍ମୀ , ମା ବିମଳା , ଶ୍ରୀ ସୀତା ରାମ , ଶ୍ରୀ ପତିତ ପାବନ , ଶ୍ରୀଶ୍ରୀ ରାଧାକୃଷ୍ଣ , ଶ୍ରୀ ଗଣପତି , ଶ୍ରୀ କାଶୀ ବିଶ୍ଵନାଥ ଙ୍କ ମନ୍ଦିର ରହିଛି। ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ପୁରୀ ଧାମ୍ ଶ୍ରୀ ମନ୍ଦିର ପଣ୍ଡିତ ମାନଙ୍କ ପୌରହିତ୍ୟ ରେ ସମ୍ପନ୍ନ କରାଯାଉଛି। ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଏହି ପ୍ରତିଷ୍ଠା ଉତ୍ସବରେ ବହୁ ସଂଖ୍ୟାରେ ଭକ୍ତ ମାନେ ଯୋଗ ଦେବାକୁ ମନ୍ଦିର କମିଟି ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.