ରାଜଗାଙ୍ଗପୁର : ପିସ୍ତଲ୍ ରୁ ଗୁଳି ଫୁଟି ଯୁବକ ଆହତ।। ୪ ଜଣ ଯୁବକ ବାଣ୍ଠୁ ପଡା ପଡ଼ିଆରେପିସ୍ତଲ୍ ଯାଞ୍ଚ କରୁଥିବା ବେଳେ ଫୁଟିଲା ଗୁଳି।
ରାଜଗାଙ୍ଗପୁର:୨୯/୪(ସତ୍ୟାନ୍ୟୁଜ)
ରାଜଗାଙ୍ଗପୁର ବାଣ୍ଠୁପଡା ରେ ଆଜି ଏକ ଗୁଳି କାଣ୍ଡ ଘଟି ଜଣେ ୧୯ ବର୍ଷୀୟ ଯୁବକ ଆହତ ହେବା ପରେ ଉକ୍ତ ଅଞ୍ଚଳ ରେ କିଛି ସମୟ ପାଇଁ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଆହତ ଯୁବକ ମହମ୍ମଦ ସମସେର ବୋଲି ଜଣା ପଡିଛି। ସମସେର୍ ଏବଂ ଅନ୍ୟ ୩ ଜଣ ଯୁବକ ପିସ୍ତଲ୍ ର ଗୁଳି ଯାଞ୍ଚ କରୁଥିବା ବେଳେ ଫାୟାର ହୋଇ ଯୁବକ ଜଣକ ଆହତ ହୋଇ ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ସମଶେର୍ ରେ ହାତରେ ଗୁଳି ବାଜିଥିବା ଜଣା ପଡିଛି। ପ୍ରଥମେ ଆହତଙ୍କୁ ରାଜଗାଙ୍ଗପୁର ହସ୍ପିଟାଲ୍ ନିଆ ଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ଜେପି ହସପିଟାଲ ପଠା ଯାଇଛି। ଗୁଳି କାଣ୍ଡ ଘଟଣା ପରେ ଅନ୍ୟ ୩ ଜଣ ଯୁବକ ପିସ୍ତଲ୍ ସହ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ପୋଲିସ୍ ଏ ବାବଦରେ ତଦନ୍ତ ଜାରୀ ରଖିଛି।